ଗାଡ଼ି ଚଢାଇ ହତ୍ୟା ମାମଲାରେ ସିଦ୍ଧୁ ଦୋଷୀ, ସେ ଜେଲ ଦଣ୍ଡ ପାଇବା ଉଚିତ: ପଂଜାବ ସରକାର

ନୂଆଦିଲ୍ଲୀ: କ୍ରିକେଟ ଖେଳାଳିରୁ ରାଜନେତା ପାଲଟିଥିବା ତଥା ପଂଜାବ ସରକାରରେ ମନ୍ତ୍ରୀ ଥିବା ନବଜ୍ୟୋତ ସିଂ ସିଦ୍ଧୁ ସମସ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ପ୍ରାୟ ୩୦ ବର୍ଷ ତଳର ଏକ ସଡ଼କ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ସିଦ୍ଧୁଙ୍କ ବିରୋଧରେ ପ୍ରମାଣ ଥିବାରୁ ସେ ଦଣ୍ଡପାଇବା ଉଚିତ ବୋଲି ପଂଜାବ ସରକାର କୋର୍ଟଙ୍କୁ ଜଣାଇଛନ୍ତି ।

୧୯୮୮ରେ ପାତିଆଲାରେ ଗୁରୁନାମ ସିଂ ନାମକ ବ୍ୟକ୍ତିଙ୍କ ସହିତ ବଚସା ହେବା ପରେ ସିଦ୍ଧୁ ରାଗିଯାଇ ତାଙ୍କୁ ଗାଡ଼ି ଚଢାଇ ଦେଇଥିଲେ । ଫଳରେ ଗୁରୁନାମଙ୍କ ମୁଣ୍ଡ ମାଡ ହେବାରୁ ସେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ବିଚାର କରି ପଂଜାବ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ଜେଲଦଣ୍ଡ ଦେଇଥିଲେ । କିନ୍ତୁ ଏହା ବିରୋଧରେ ସିଦ୍ଧୁ ସୁପ୍ରିମକୋର୍ଟ ଯାଇ ସେଠାରୁ ଜାମିନ ପାଇଥିଲେ । ଗୁରୁନାମଙ୍କ ମୃତ୍ୟୁ ମୁଣ୍ଡ ମାଡ଼ ହେବା ଯୋଗୁଁ ନୁହେଁ ବରଂ ହୃଦଘାତରେ ହୋଇଥିବା ଦର୍ଶାଇ ତଳ କୋର୍ଟରେ ସେ ଛାଡ ପାଇଥିଲେ । କିନ୍ତୁ ପଂଜାବ ହରିୟାଣା ହାଇକୋର୍ଟ ମାମଲାରେ ବିଚାର କରି ତାଙ୍କୁ ୩ ବର୍ଷ ଦଣ୍ଡ ଶୁଣାଇଥିଲେ ।

କିନ୍ତୁ ଆଜି ସୁପ୍ରିମକୋର୍ଟରେ ପଂଜାବ ସରକାରଙ୍କ ଓକିଲ କହିଥିଲେ ଯେ ଗୁରୁନାମଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା କୌଣସି ପ୍ରମାଣ ନାହିଁ । ମୁଣ୍ଡ ମାଡ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏଣୁ ସିଦ୍ଧୁ ଏ ମାମଲାରେ ଦୋଷୀ, ସେ ଦଣ୍ଡ ପାଇବା ଦରକାର । ଏହା ଫଳରେ ସିଦ୍ଧୁ ଜେଲ ଯିବା ନିଶ୍ଚିତ ହୋଇଯାଇଛି ।

ସମ୍ବନ୍ଧିତ ଖବର