ସିଦ୍ଧୁଙ୍କୁ ମିଳିଲା ଜେଡ୍‌ ପ୍ଲସ୍‌ ସୁରକ୍ଷା ଏବଂ ବୁଲେଟପ୍ରୁଫ୍‌ ଗାଡି

ଚଣ୍ଡୀଗଡ଼:ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁଙ୍କର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ତାଙ୍କର ସୁରକ୍ଷା ପାଇଁ ଆଗରୁ ୧୨ ଜଣ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା, ହେଲେ ଏବେ ପଞ୍ଜାବ ସରକାର ସିଦ୍ଧୁଙ୍କୁ ୨୫ ଜଣ ସୁରକ୍ଷା କର୍ମୀ ଦେଇଛନ୍ତି। ତାଙ୍କପାଇଁ ସରକାର ବୁଲେଟପ୍ରୁଫ୍‌ ଗାଡିର ବନ୍ଦୋବସ୍ତ କରିଛନ୍ତି। ଏବେ ତାଙ୍କୁ ମିଳିବ ଜେଡ ପ୍ଲସ ସିକ୍ୟୁରିଟି ମଧ୍ୟ ଦେଇଛନ୍ତି।

ସିଦ୍ଧୁୁଙ୍କୁ ଲଗାତାର ଡ୍ରଗସ,ଖଣି ମାଫିଆଙ୍କ ଧମକ ମିଳିଥିଲା। ଗତ ଜୁଲାଇ ମାସରେ ଡେରା ସଚ୍ଚା ସମର୍ଥକମାନେ ରାଗି ଯାଇ ଧମକ ଚମକ ଦେଇଥିଲେ,ସେବେଠୁଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ସମାରୋହ ଯୋଗ ଦେବାପରେ ତାଙ୍କ ଉପରକୁ ବିପଦ ଘନେଇଥିବା କୁହାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତର ପ୍ରଦେଶର ଏକ ଦକ୍ଷିଣପନ୍ଥୀ ସଂଗଠନ ହିନ୍ଦୁ ଯୁବ ବାହିନୀ ସିଦ୍ଧୁୁଙ୍କ ମୁଣ୍ଡ କାଟିଲେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁଁ ହିନ୍ଦୁ ଯୁବବାହିନୀ ପକ୍ଷରୁ ଏଭଳି ଘୋଷଣା ହୋଇଥିଲା।

ସମ୍ବନ୍ଧିତ ଖବର