ଇନ୍ଦୋରରେ ଭଗତ ସିଂହଙ୍କ ମୂର୍ତ୍ତିରେ ମାଳା ଚଢ଼ାଇଥିଲେ ପ୍ରିୟଙ୍କା ଗାନ୍ଧୀ, ଶୁଦ୍ଧିକରଣ କଲା ଶିଖ୍ ସମୁଦାୟ
ଇନ୍ଦୋର : ୧୯୮୪ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ସାମ୍ ପିଟ୍ରୋଡ଼ା ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ି ଯାଇଛି । ବିଭିନ୍ନ ବିପକ୍ଷ ଦଳ ସାମ୍ ପିଟ୍ରୋଡ଼ାଙ୍କ ବୟାନଙ୍କୁ ନିନ୍ଦନୀୟ ବୋଲି କହି ସାରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସାମ୍ ପିଟ୍ରୋଡ଼ାଙ୍କୁ କଡ଼ା ଜବାବ ଦେଇ କ୍ଷମା ମାଗିବାକୁ କହି ସାରିଛନ୍ତି । ତେବେ ଏତେ ସବୁ ପରେ ମଧ୍ୟ ଶିଖ୍ ସମୁଦାୟ ସାମ୍ ପିଟ୍ରୋଡ଼ାଙ୍କ ବୟାନକୁ ଭୁଲି ପାରି ନଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସୋମବାର କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ମୂର୍ତ୍ତିରେ ଫୁଲ ଚଢ଼ାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତେବେ ଏହାର ଗୋଟେ ଦିନ ପରେ ମଙ୍ଗଳବାର ଶିଖ୍ ସମୁଦାୟ ଭଗତ ସିଂହଙ୍କ ମୂର୍ତ୍ତିକୁ କ୍ଷୀରରେ ଧୋଇ ଶୁଦ୍ଧିକରଣ କରିଥିବା ଜଣା ପଡ଼ିଛି । ଯେଉଁଥିରୁ ସେମାନେ ସାମ୍ ପିଟ୍ରୋଡ଼ାଙ୍କ ବୟାନ ଦ୍ୱାରା କେତେ ଆହତ ହୋଇଛନ୍ତି ତାଙ୍କ ସ୍ପଷ୍ଟ ହୋଇ ଯାଇଛି ।