ଜେଲ ଯିବେ ସିଦ୍ଧୁ !

ନୂଆଦିଲ୍ଲୀ: ୧୯୮୮ ମସିହାରେ ଆକ୍ରୋଶମୂଳକ ଦୁର୍ଘଟଣା ଘଟାଇ ହତ୍ୟା କରିବା ମାମଲାରେ ପଞ୍ଜାବ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ୍‌ର ନବଜ୍ୟୋତ ସିଂହ ସିଦ୍ଧୁଙ୍କ ୩ବର୍ଷ ଜେଲ ଦଣ୍ଡକୁ କାଏମ ରଖିବା ପାଇଁ ଆଜି ପଞ୍ଜାବ ସରକାର ସୁପ୍ରିମକୋର୍ଟରେ କହିଛନ୍ତି। ଏହି ମାମଲାରେ ନିଜର ସମ୍ପୃକ୍ତି ଅଭିଯୋଗକୁ ମନ୍ତ୍ରୀ ସିଦ୍ଧୁ ଖଣ୍ଡନ କରିଆସୁଥିବା ବେଳେ ତାଙ୍କ ବୟାନକୁ ମିଛ ବୋଲି ପଞ୍ଜାବ ସରକାରଙ୍କ ଓକିଲ ସୁପ୍ରିମକୋର୍ଟରେ କହିଛନ୍ତି। ୧୯୮୮ ମସିହା ଡିସେମ୍ବର ୨୭ ତାରିଖ ଦିନ ପଟିଆଲା ନିକଟରେ ଆକ୍ରୋଶମୂଳକ ଭାବେ ସିଦ୍ଧୁ ଗୁରନାମ ସିଂହ(୬୫)ଙ୍କୁ ଗାଡ଼ି ଧକ୍କା ଦେଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୨୦୦୬ ମସିହାରେ ପଞ୍ଜାବ ଓ ହରିଆନା ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ। କିନ୍ତୁ ୨୦୦୭ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର