ସିଙ୍ଗାପୁର ଯାଉଥିବା ବିମାନରେ ମଝି ଆକାଶରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, କୋଲକାତା ବିମାନ ବନ୍ଦରରେ କଲା ଜରୁରୀକାଳିନ ଅବତରଣ

କୋଲକାତା: କୋଲକାତାରୁ ସିଙ୍ଗାପୁର ଅଭିମୁଖେ ଶନିବାର ବିଳମ୍ବିତ ରାତ୍ରିରେ ଉଡ଼ାଣ ଭରୁଥିବା ଏକ ବିମାନରେ ମଝିଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନଟି ପୁନର୍ବାର କୋଲକାତା ବିମାନ ବନ୍ଦରକୁ ଫେରି ଆସି ଜରୁରୀକାଳିନ ଅବତରଣ କରଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ସିଙ୍ଗାପୁର ଏୟାରଲାଇନ୍ସର ୫୧୬ ନମ୍ବର ବିଶିଷ୍ଟ ବିମାନଟି ଶନିବାର ବିଳମ୍ବିତ ରାତ୍ରରେ କୋଲକାତା ଅନ୍ତର୍ଜାତିକ ବିମାନ ବନ୍ଦରରୁ ସିଙ୍ଗପୁର ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ, ଉଡ଼ାଣ ଭରିବା ପରେ ମଝି ଆକାଶରେ ଥିବା ବେଳେ ହଠାତ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇପଡ଼ିବା ସହ ବିମାନଟିର ଲ୍ୟାଣ୍ଡିଂ ଗିୟରରୁ ତେଲ ଲିକ୍‌ ହେବାକୁ ଆରମ୍ଭ କରିଥିଲା। ଏ ପରିସ୍ଥିତରେ ବିଚଳିତ ହୋଇ ବିମାନର ପାଇଲଟ ବିମାନଟିକୁ ଆଉଥରେ କୋଲକାତା ଅନ୍ତର୍ଜାତିକ ବିମାନ ବନ୍ଦରକୁ ଫେରାଇ ଆଣିବା ସହ ବିମାନଟିର ଜରୁରୀକାଳିନ ଅବତରଣ କରାଇଥିଲେ। ପରେ ଅଚଳ ହୋଇପଡ଼ିଥିବା ସିଙ୍ଗାପୁର ଏୟାରଲାଇନ୍ସର ଏହି ବିମାନମଧ୍ୟରେ ରହିଯାଇଥିବା ସମସ୍ତ ଯାତ୍ରୀଙ୍କୁ କୋଲକାତା ଅନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ସୁରକ୍ଷିତ ଭାବେ ବିମାନ ଭିିତରୁ ପଦାକୁ ଆଣିଥିଲେ। ଏହି ଘଟଣା ପରିପ୍ରେକ୍ଷୀରେ କୋଲକାତା ଅନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର