ଏସ୍‌ଆଇଟିରେ ଡେରା ଅଧ୍ୟକ୍ଷା ବିପାସନା ହାଜର

୨୩ ଯାଏଁ ବିଚାର ବିଭାଗୀୟ ହାଜତରେ ହନିପ୍ରୀତ

ଚଣ୍ଡୀଗଡ଼ : ଡେରା ସଚ୍ଚା ସୌଦାର ଅଧ୍ୟକ୍ଷା ବିପାସନା ଇନସାନ୍‌ ଆଜି ହରିୟାଣା ପୁଲିସ୍‌ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହାଜର ହୋଇଛନ୍ତି। ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମ ଗତ ଅଗଷ୍ଟ ୨୫ରେ ଦୋଷୀ ସାବ୍ୟସ୍ତ ହେବା ଦିନ ପଞ୍ଚକୁଳାରେ ସଂଘଟିତ ହିଂସାକାଣ୍ଡର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାପାଇଁ ବିପାସନାଙ୍କୁ ହରିୟାଣା ପୁଲିସ ସମନ୍‌ କରିଥିଲା। ତେବେ ତାଙ୍କୁ ପୂର୍ବରୁ ଦୁଇ ଦୁଇ ସମନ୍‌ ଜାରି ସତ୍ତ୍ୱେ ସେ ପୁଲିସକୁ ଧରା ଛୁଅାଁ ଦେଇନଥିଲେ। ଶେଷରେ ତୃତୀୟ ନୋଟିସ୍‌ରେ ସେ ଆଜି ପହଞ୍ଚିଛନ୍ତି। ହନିପ୍ରୀତ ଏବଂ ତାଙ୍କ ସହଯୋଗୀ ସୁଖଦୀପ କୌରଙ୍କୁ ଯେଉଁ ପୁଲିସ ଷ୍ଟେସନ୍‌ରେ ଜେରା କରାଯାଉଥିଲା ବିପାସନା ମଧ୍ୟ ସେଇ ପୁଲିସ ଷ୍ଟେସନରେ ହାଜର ହୋଇଛନ୍ତି।
ଅନ୍ୟ ଏକ ଘଟଣାକ୍ରମରେ ରାମ୍‌ ରହିମଙ୍କ ପୋଷ୍ୟା କନ୍ୟା ହନିପ୍ରୀତ ଇନ୍‌ସାନ୍‌ ଏବଂ ତାଙ୍କ ସହଯୋଗୀ ସୁଖଦୀପ କୌରଙ୍କୁ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଅମ୍ବାଲା କେନ୍ଦ୍ରୟ ଜେଲ୍‌ରେ ରହିବେ ଏବଂ ୨୩ ତାରିଖରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର