ଜମ୍ମୁ-କଶ୍ମୀର ସ୍ଥିତି ସମୀକ୍ଷା କଲେ ସୀତାରମଣ

0 30

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଜମ୍ମୁ-କଶ୍ମୀରର ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି। ଏ ପ୍ରସଙ୍ଗରେ ସୀତାରମଣ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ମୁତାବକ, ଆଜି ସେ ଶ୍ରୀନଗର ଗସ୍ତ କରି ରାଜଭବନଠାରେ ରାଜ୍ୟପାଳ ମଲିକ୍‌ଙ୍କୁ ଭେଟିଥିଲେ। ବିଶେଷକରି ନିୟନ୍ତ୍ରଣରେଖା ଏବଂ ଆଭ୍ୟନ୍ତରୀଣ ଜମ୍ମୁ-କଶ୍ମୀରରେ ଏବେ କିଭଳି ସ୍ଥିତି ରହିଛି ସେ ବାବଦରେ ସୀତାରମଣ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ଆଜି ସକାଳେ ସେ କଶ୍ମୀରରେ ପହଞ୍ଚିବା ପରେ ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ଙ୍କୁ ଭେଟିଥିଲେ। ଏହାପରେ ଉତ୍ତର କଶ୍ମୀର ଘାଟିକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.