ଚିନି କାରଖାନାରେ ବଏଲର ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ, ୫ଜଣ ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିନି କାରଖାନାରେ ରବିବାର ବଏଲର ବିସ୍ଫୋରଣ ହେତୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁଗର ଫ୍ୟାକ୍ଟ୍ରି ନିରାନି ସୁଗାର ଲିମିଟେଡ୍‌ର ୟୁନିଟ୍‌ର, ଯାହାକି କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାରେ ରହିଛି। ସୁଗର ଫ୍ୟାକ୍ଟ୍ରି ନିରାନି ବଦର୍ସ-ଭାଜପା ବିଧାୟକ ମୁରୁଗେସ ନିରାନି ଓ ତାଙ୍କ ଭାଇ ସଙ୍ଗମେସ୍‌-ଅନୁମନଥାଙ୍କର ବୋଲି ଜଣାପଡ଼ିଛି। ମୁରୁଗେସ ନିରାନି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ବିସ୍ଫୋରଣ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ହୋଇଛି। ଯାହାକି ଫ୍ୟାକ୍ଟ୍ରିଠାରୁ ଅଧାକିଲୋମିଟର ଦୂରରେ ରହିଛି। ଏହି ଫ୍ୟାକ୍ଟ୍ରିରେ ପାଖାପାଖି ୧ହଜାର ଲୋକ କମା କରୁଥିଲେ। ବିସ୍ଫୋରଣ ସମୟରେ ଘଟଣାସ୍ଥଳରେ ୭ଜଣ ଲୋକ କାମ କରୁଥିଲେ। ତିନିଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଆଉ ତିନିଜଣଙ୍କ ମୃତ୍ୟୁ ହସ୍‌ପିଟାଲରେ ଚିକିତ୍ସାଧୀନ ସମୟରେ ହୋଇଥିବା ଜଣାପଡ଼ିଛି। ଅନ୍ୟ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଥିବା କଥା ଡାକ୍ତର ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର