ନର୍ମଦାରେ ଡଙ୍ଗା ବୁଡ଼ି ୬ ମୃତ

ମୁମ୍ବାଇ: ମହ‌ାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ଆଜି ନର୍ମଦା ନଦୀରେ ଡଙ୍ଗା ବୁଡ଼ିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମକର ସଂକ୍ରାନ୍ତି ଉପଲକ୍ଷେ ଏକ ପୂଜାକାର୍ଯ୍ୟ ପାଇଁ ପାଖାପାଖି ୬୦ ଜଣଙ୍କୁ ଧରି ଡଙ୍ଗାଟି ଯାତ୍ରା କରିଥିବା ବେଳେ ବାଟରେ ଏହା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଡଙ୍ଗାର କ୍ଷମତାଠାରୁ ଏଥିରେ ଅଧିକ ଲୋକଙ୍କୁ ବସାଯାଇଥିବାରୁ ଡଙ୍ଗାଟି ବୁଡ଼ି ଯାଇଛି। ମୃତକମାନେ ଉତ୍ତର ମହାରାଷ୍ଟ୍ରର ଏକ ଆଦିବା‌ସୀ ଅଧ୍ୟୁଷିତ ଜିଲ୍ଲାର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର