ହିମାଚଳ ପ୍ରଦେଶରେ ପୋଲ ଭୁଶୁଡ଼ି ୬ ଆହତ

ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ସହରକୁ ପଞ୍ଜାବର ପଠାଣକୋଟ ସହ ସଂଯୋଗ କରୁଥିବା ଏକ କଙ୍କ୍ରିଟ୍‌ ପୋଲ ଗୁରୁବାର ଦିନ ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ୬ ଜଣ ଲୋକ ଆହତ ହୋଇଛନ୍ତି।

ଆହତମାନଙ୍କୁ ପଣ୍ଡିତ ଜବାହରଲାଲ୍‌ ନେହେରୁ ମେଡିକାଲ୍‌ କଲେଜକୁ ନିଆଯାଇ ତତ୍‌କ୍ଷଣାତ୍‌ ଚିକିତ୍ସା କରାଯାଇଥିଲା।

ଜିଲ୍ଲାପାଳ ସୁଦେଶ କୁମାର ମୋଖତା ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ହାତକୁ ନେଇଥିଲେ।

ନିର୍ମାଣ ନକ୍‌ସାରେ ତ୍ରୁଟି କିଂବା ନିମ୍ନ ମାନର ସାମଗ୍ରୀରେ ତିଆରି ହୋଇଥିବା କାରଣରୁ ପୋଲଟି ଭୁଶୁଡ଼ି ପଡ଼ିଛି। ଆମେ ତଦନ୍ତାଦେଶ ଦେଇଛୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଦୁର୍ଘଟଣା ଘଟିବା ମୁହୂର୍ତ୍ତରେ ପୋଲ ଉପର ଦେଇ ଗୋଟିଏ କାର୍‌, ଗୋଟିଏ ମିନି ଟ୍ରକ୍‌ ଏବଂ ଗୋଟିଏ ମଟରସାଇକେଲ୍‌ ଯାଉଥିଲେ।

ପୋଲ ଭୁଶୁଡ଼ି ପଡ଼ିବା ଫଳରେ ମଟରସାଇକେଲ୍‌ ନଈ ଭିତରେ ପଡ଼ିଯାଇଥିଲା ଏବଂ କାର୍‌ ଓ ମିନି ଟ୍ରକ୍‌ ପୋଲ ଉପରେ ଅଟକି ରହିଥିଲେ।

୧୫ ବର୍ଷ ପୁରୁଣା ପୋଲଟି ନାବାର୍ଡ ସହାୟତାରେ ନିର୍ମାଣ କରାଯାଇଥିଲା।

ସମ୍ବନ୍ଧିତ ଖବର