କରୋନା ଆକ୍ରାନ୍ତ ହେଲେ ଚେନ୍ନାଇରୁ ସାଲେମକୁ ଉଡ଼ାଣ କରିଥିବା ୬ଜଣ ଯାତ୍ରୀ, ସଙ୍ଗରୋଧରେ ରହିଲେ ୫୦ବିମାନ ଯାତ୍ରୀ

ଚେନ୍ନାଇ: ମେ ୨୫ରୁ ପରୀକ୍ଷାମୂଳକ ଭାବେ ଘରୋଇ ବିମାନ ସେବାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର | ବିଭିନ୍ନ କଟକଣା ସହ ବିମାନ ଉଡ଼ାଣ ଭରିବ ବୋଲି କୁହାଯାଇଥିବା ବେଳେ ଏବେ ବିମାନରେ ଯାତ୍ରା କରି ସାରିବା ପରେ ଯାତ୍ରୀ କରୋନା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି | ତାମିଲନାଡୁର ଚେନ୍ନାଇରୁ ସାଲେମକୁ ବୁଧବାର ଦିନ ଉଡ଼ାଣ ଭରିଥିବା ଟ୍ରୁଜେଟ୍ ବିମାନର ୬ଜଣ ଯାତ୍ରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ବିମାନଟି ଅବତରଣ କରିବା ପରେ ସେମାନଙ୍କର ପରୀକ୍ଷା କରାଯାଇଥିଲା | ରିପୋର୍ଟ ଆସିବା ପରେ ୬ଜଣ କରୋନାଭାଇରସ୍ ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି। ବିମାନରେ ସମୁଦାୟ ୫୬ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଏବେ ସଙ୍ଗରୋଧରେ ରଖାଯାଇଛି | ତେବେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୨୩ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇସାଈଥିବା ଜଣା ପଡିଛି |

ଜଣେ ଅଧିକାରୀ କହିଛନ୍ତି ଯେ, କରୋନା ଆକ୍ରାନ୍ତ ହୋଇଥିବା ୬ ଜଣ ଯାତ୍ରୀଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ଥିବା ଜଣା ପଡିଛି | ଆକ୍ରାନ୍ତ ହୋଇଥିବା ୬ଜଣଙ୍କ ମଧ୍ୟରୁ ଚେନ୍ନାଇର ରାଜ୍ୟ ଦ୍ୱାରା ପରିଚାଳିତ ଷ୍ଟାନଲି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଥିବା ସୂଚନା ମିଳିଛି |

ndtv

ଗୁରୁବାର ଦିନ ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ମେ ୨୫ରେ ଅହମ୍ମଦାବାଦରୁ ଗୌହାଟୀ ଅଭିମୁଖେ ଯାତ୍ରା କରୁଥିବା ଦୁଇଜଣ ଯାତ୍ରୀ କୋଭିଡ -୧୯ ପାଇଁ ପଜିଟିଭ ପରୀକ୍ଷା କରିଛନ୍ତି। ଏ ନେଇ ସେହି ବିମାନରେ ଥିବା ଅପରେଟିଂ କ୍ରୁ ସଦସ୍ୟଙ୍କୁ ସଙ୍ଗରୋଧ କରାଯାଇଛି ଏବଂ ଅନ୍ୟ ଯାତ୍ରୀଙ୍କୁ ଏ ନେଇ ଅବଗତ କରାଯାଇଛି। ସେହିଭଳି, ବୁଧବାର ଦିନ ଇଣ୍ଡିଗୋ ବିମାନ ଯୋଗେ ବେଙ୍ଗାଲୁରୁରୁ ମଦୁରାଇ ଯାଇଥିବା ଜଣେ ଯାତ୍ରୀଙ୍କ ପାଖରେ କୌଣସି ଲକ୍ଷଣ ନଥାଇ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ପରୀକ୍ଷା କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣା ପଡିଥିଲା |

ସମ୍ବନ୍ଧିତ ଖବର