ବରଫରେ ସ୍କେଟିଙ୍ଗ କରୁଥିବା ବେଳେ ୬୦୦ଫୁଟ୍‌ ତଳକୁ ଖସି ମୃତ୍ୟୁବରଣ କଲେ ମହିଳା,୨୦ମିନିଟ୍‌ ପରେ ଚେତା ଫେରି ପାଇ କହିଲେ ଏଭଳି କଥା

ନୂଆଦିଲ୍ଲୀ : ଅଷ୍ଟ୍ରିଆରେ ଜଣେ ମହିଳା ୬୦୦ଫୁଟ୍‌ ତଳକୁ ଖସି ପ୍ରଥମେ ମୃତ୍ୟୁବରଣ କରିବା ଏବଂ ୨୦ ମିନିଟ୍‌ ପରେ ଜିଇଁ ଉଠିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ୍ୟୁ ହେବା ପରେ ମହିଳାଜଣଙ୍କ ମୃତ୍ୟୁ ପରର ଜୀବନ ଦେଖିବା ସହ ଅନୁଭବ କରିବା କଥା ମଧ୍ୟ କହିଛନ୍ତି ।

ସୂଚନା ମୁତାବକ, ୨୯ବର୍ଷୀୟ ରିହାନା ନିଜ ସାଥୀମାନଙ୍କ ସହ ବରଫରେ ସ୍କେଟିଙ୍ଗ କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ଭାରସାମ୍ୟ ହରାଇ ସେ ୬୦୦ଫୁଟ ତଳକୁ ଖସି ପଡ଼ିଥିଲେ । ତଳେ ପଡ଼ିବା ପରେ ତାଙ୍କ ଉପରେ ବରଫ ଜମା ହୋଇ ଯାଇଥିଲା । ଦୁର୍ଘଟଣାର ଦୃଶ୍ୟ ଦେଖି ରିହାନାଙ୍କ ବଞ୍ଚିବାର ଆଶଙ୍କା କମ ଥିବା ତାଙ୍କୁ ଭିତରୁ କାଢ଼ିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତଳେ ପଡ଼ିବା ପରେ ରିହାନା କିଭଳି ଅନୁଭବ କରିଥିଲେ ତାହା ସେ ଜଣାଇଥିଲେ ।

bhaskar.com

ତାଙ୍କ କହିବା ଅନୁଯାୟୀ, ତଳେ ପଡ଼ିବାର ତୁରନ୍ତ ପରେ ମୋ ଶରୀର ଥଣ୍ଡାରେ କାମ କରିବା ବନ୍ଦ କରି ଦେଇଥିଲା । ମୁଁ ଉଠିବାକୁ ସକ୍ଷମ ହୋଇ ପାରି ନଥିଲି । ମୁଁ ଜୋରରେ ପାଟି କରୁଥିଲେ ମଧ୍ୟ ମୋ କଥା କାହାକୁ ଶୁଭୁ ନଥିଲା । କିଛି ସମୟ ପରେ ମୋ ନିଶ୍ୱାସ ବନ୍ଦ ହୋଇ ଯାଇଥିଲେ ମଧ୍ୟ ମୁଁ ସବୁ କିଛି ଅନୁଭବ କରି ପାରୁଥିଲି । ଏକ ଜଙ୍ଗଲରେ ମୁଁ ଏକା ବୁଲୁଥିବାର ମୁଁ ଅନୁଭବ କରିଥିଲି । ଜଙ୍ଗଲରେ ଉଜ୍ୱଳ ଆଲୋକ ପଡ଼ୁଥିବା ସହ ମୁଁ ଆଗକୁ ଚାଲି ଚାଲି ଯାଉଥିଲି । ସେଇ କିଛି ସମୟ ମୋତେ ଶାନ୍ତି ଦେଇଥିଲା । ମୁଁ ଆଗକୁ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ମୋ ନିଶ୍ୱାସ ଫେରି ଆସିଥିଲା । ମୋର ଜଣେ ସାଙ୍ଗ ମୋ ମୁହଁରେ ମୁହଁ ଲଗାଇ ମୋତେ ନିଶ୍ୱାସ ଦେବାକୁ ଚେଷ୍ଟା କରୁଥିବା ମୁଁ ଦେଖିଥିଲି । ପ୍ର୍ରାୟ ୨୦ମିନିଟ୍‌ ପରେ ମୋ ସାଙ୍ଗମାନେ ମୋତେ ଖୋଜି ପାଇବା ସହ ମୋତେ ଉଦ୍ଧାର କରିଥିଲେ । ସେହି ୨୦ମିନିଟ୍‌ ମଧ୍ୟରେ ମୁଁ ମୃତ୍ୟୁ ପରର ସମୟକୁ ଅନୁଭବ କରିଥିଲି ।

ସମ୍ବନ୍ଧିତ ଖବର