ମଞ୍ଚ ଉପରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା , ଭାଇରାଲ ହେଲା ଭିଡିଓ

ଗାନ୍ଧୀନଗର: ଆଜି ଗୁଜୁରାଟରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କୁ ଜଣେ ବ୍ୟକ୍ତି ମଞ୍ଚ ଉପରେ ଚାପୁଡା ମାରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସୁରେନ୍ଦ୍ର ନଗରର ବଢବାନରେ ଏହି ଘଟଣା ଘଟିଛି । ତେବେ ଏଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଚାପୁଡା ମାରିଥିବା ଲୋକକୁ ବି ଛାଡ଼ି ନାହାନ୍ତି ସେଠାରେ ଉପସ୍ଥିତ ଥିବା ଲୋକେ। ସେମାନେ ତାକୁ ମାରଧର କରିଥିବା ଜଣାଯାଇଛି। ପୁଲିସ ହାର୍ଦ୍ଦିକ ପଟେଲଙ୍କୁ ମାଡ଼ ମାରିଥିବା ଲୋକକୁ ଗିରଫ କରିଛି ।

 

ସୂଚନାଯୋଗ୍ୟ ଯେ, ହାର୍ଦ୍ଦିକ ପଟେଲ ଏକ ସଭାରେ ଭାଷଣ ଦେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି । ଏହା ପରେ ହାର୍ଦ୍ଦିକ ପଟେଲଙ୍କୁ ମାଡ ମରାଯାଇଥିବା ଭିଡିଓଟି ଭାଇରାଲ ହୋଇଥିଲା । ତେବେ ହାର୍ଦ୍ଦିକଙ୍କ ସମର୍ଥକମାନେ ଉକ୍ତ ବ୍ୟକ୍ତିଙ୍କୁ ମାରଧର କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇବାରେ ସଫଳ ହୋଇଛି।

ଚାପୁଡ଼ା ମାରିଥିବା ଲୋକକୁ ଏବେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । କାହିଁକି ସେ ଲୋକ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲା ତାହା ଏଯାଏଁ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର