ନିର୍ବାଚନ ପ୍ରଚାରରେ ବାହାରିଥିବା ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲମାଡ

ହାଇଦ୍ରାବାଦ: ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ସୋମବାର ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତଞ୍ଜାବୁର ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ଉପରେ ଚପଲମାଡ କରାଯାଇଥିଲା। ଚପଲ ଫିଙ୍ଗି ଥିବା ବ୍ୟକ୍ତିଙ୍କ ପରିଚୟ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। ଏହି ଘଟଣାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାବ୍ୟବସ୍ଥାକୁ ନେଇ ପଶ୍ନବାଚୀ ସୃଷ୍ଟି ହୋଇଛି।

 

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀଙ୍କ କାର ଉପରେ ଚପଲ ପଡ଼ିଛି। ତେବେ ଏପ୍ରିଲ ୧୮ରେ ତାମିଲନାଡୁର ୩୯ଟି ଲୋକସଭା ସିଟ୍‌ ପାଇଁ ମତଦାନ ହେବ। ମଇ ୨୩ରେ ନିର୍ବାଚନ ଘୋଷଣା କରାଯିବ। ଏହି କାରଣରୁ ରାଜନୈତିକ ପାର୍ଟିମାନେ ନିର୍ବାଚନ ପ୍ରଚାର ଜୋରସୋର ଆରମ୍ଭ କରି ଦେଇଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀଙ୍କୁ ନେଇ ନିକଟରେ ଖବର ଆସିଥିଲା କି ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ସାମ୍ନାରେ ବମ ଖଞ୍ଜା ହୋଇଥିଲା। ପରେ ଏହି ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର