କଂଗ୍ରେସ ମିତ୍ର ଜୟଦୀପ୍‌ କଓ୍ଵାଡେଙ୍କ ବିବାଦୀୟ ବୟାନ : ସ୍ମୃତି ଇରାନୀ ସ୍ୱାମୀ ବଦଳାଉଥିବାରୁ ତାଙ୍କ ବିନ୍ଦିର ଆକାର ଦିନକୁ ଦିନ ବଢ଼ି ଚାଲିଛି

ନୂଆଦିଲ୍ଲୀ : ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି । କଂଗ୍ରେସର ମିତ୍ରଦଳ ତଥା ପିପୁଲ୍‌ସ ରିପବ୍ଲିକାନ୍‌ ପାର୍ଟି ମୁଖ୍ୟ ଜୟଦୀପ୍‌ କଓ୍ଵାଡେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ତାଙ୍କର ଅଶାଳୀନ ମନ୍ତବ୍ୟ ପାଇଁ ଲୋକେ ତାଙ୍କୁ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି । ଇରାନୀଙ୍କୁ ସମାଲୋଚନା କରି, ସେ ନିଜ ମଥାରେ ଯେଉଁ ବଡ଼ ବିନ୍ଦୀ ପିନ୍ଧୁଛନ୍ତି, ତାହା ତାଙ୍କ ସ୍ୱାମୀଙ୍କ ସଂଖ୍ୟା ଦର୍ଶାଉଛି ବୋଲି ମନ୍ତବ୍ୟ ଦେଇ ଏବେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ଜୟଦୀପ୍‌ କଓ୍ଵାଡେ ।

Justdial

ଇରାନୀଙ୍କୁ ଆକ୍ଷେପ କରି ସେ କହିଥିଲେ, ସେ ଗଡକରୀ ଏବଂ ମୋଦୀଙ୍କ ପଛରେ ବସି ସମ୍ବିଧାନ ବଦଳାଇବାର କଥା କହୁଛନ୍ତି । ମୁଁ ତାଙ୍କ ବିଷୟରେ ଗୋଟେ କଥା କହିବାକୁ ଚାହୁଁଛି । ସେ ନିଜ ମଥାରେ ଏକ ବଡ଼ ଆକାରର ବିନ୍ଦୀ ପିନ୍ଧୁଛନ୍ତି । କେହି ଜଣେ ମୋତେ କହିଥିଲେ, ଯେତେବେଳେ ଜଣେ ମହିଳା ନିଜ ସ୍ୱାମୀକୁ ବାରମ୍ବାର ବଦଳାଇଥାଏ,ସେତେବେଳେ ତା’ ବିନ୍ଦୀର ଆକାର ବଢ଼ିବାକୁ ଲାଗିଥାଏ । ସେଭଳି ଜଣେ ମହିଳା ସମ୍ବିଧାନ ବଦଳାଇବା କଥା କହୁଛନ୍ତି । ସେ ଜାଣି ରଖି ଦରକାର, ସ୍ୱାମୀ ବଦଳାଇବା ଭଳି ସମ୍ବିଧାନ ବଦଳାଇବା ଏତେ ସହଜ ନୁହେଁ ବୋଲି କହିଥିଲେ ଜୟଦୀପ୍‌ । ତାଙ୍କର ଏଭଳି ଅଶାଳୀନ ବୟାନ ପରେ ବିପକ୍ଷ ଦଳ ଏହାକୁ କଡ଼ା ନିନ୍ଦା କରିଛି ।

ସମ୍ବନ୍ଧିତ ଖବର