ରାହୁଲଙ୍କୁ ସ୍ମୃତିଙ୍କ ଚ୍ୟାଲେଞ୍ଜ: ବିତର୍କ ପାଇଁ ଯେ କୌଣସି ବିଜେପି ନେତାଙ୍କୁ ବାଛ

0 62

ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ବିତର୍କ ପାଇଁ ରାହୁଲ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଯେ କୌଣସି ନେତାଙ୍କୁ ବି ବାଛିପାରିବେ। ରାହୁଲ ଆଗକୁ ଆସି କୌଣସି ବି ପ୍ରସଙ୍ଗରେ ଚର୍ଚ୍ଚା କରନ୍ତୁ। ସେ ସଂସଦ କିମ୍ବା ସିଧାସଳଖ ଆମ ସହ ଚର୍ଚ୍ଚା କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି। ରାହୁଲ ଗାନ୍ଧୀ ଚାହିଲେ କୌଣସି ଟିଭି ଚ୍ୟାନେଲରେ ମଧ୍ୟ ଆମ ସହ ବିତର୍କ କରିପାରିବେ, କିନ୍ତୁ ସେ ତାଙ୍କ ସହ କୌଣସି ବହି ବା କାଗଜ ସାଙ୍ଗରେ ଆଣିବେ ନାହିଁ ବୋଲି ସ୍ମୃତି କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.