ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ : ଫସି ରହିଛନ୍ତି ଶହ ଶହ ଯାତ୍ରୀ

ସିମଲା : ଉତ୍ତରଭାରତରେ ପ୍ରବଳ ଶୀତ ଲହରୀ ଅବ୍ୟାହତ ରହିଛି । ହିମାଚଳ ପ୍ରଦେଶରେ ଏବର୍ଷ ପ୍ରବଳ ବରଫପାତ ହେଉଛି । ସୋମବାରଦିନ ହିମାଚଳ ପ୍ରଦେଶର ସୋଲାଙ୍ଗଠାରେ ପ୍ରବଳ ବରଫପାତ ଯୋଗୁଁ ଶତାଧିକ ଯାତ୍ରୀ ଫସି ରହିଛନ୍ତି । ମିଳିଥିବା ସୂଚନା ମୁତାବକ ସୋଲାଙ୍ଗ ଓ ମନାଲି ମଧ୍ୟରେ ପ୍ରାୟ ୩୦୦ରୁ ଅଧିକ ଗାଡ଼ି ପସିରହିଛି । ଗାଡ଼ିରେ ଥିବା ଯାତ୍ରୀମାନେ ଫସିରହିଛନ୍ତି । ରାଜ୍ୟରେ ଗତ କିଛି ଦିନ ହେଲା ନିୟମିତଭାବେ ବରଫପାତ ଜାରି ରହିଛି । ରାଜ୍ୟର ସିମଲା, କୁଫରି, ଲାହୋଲ ସ୍ପିତି,କିନୌର ଓ ଭାରମୌର ଆଦି ସ୍ଥାନରେ ବରଫ ପଡ଼ିବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଗତ ଡିସେମ୍ବର ମାସରେ ସିକ୍କିମରେ ମଧ୍ୟ ବରଫପାତ ଯୋଗୁଁ ଶହ ଶହ ଯାତ୍ରୀ ଫସିରହିଥିଲେ । ନାଥୁ-ଲା ପାସ ଦେଖିବାକୁ ଯାଇଥିବା ପ୍ରାୟ ୧୫୦୦ ରୁ ୧୭୦୦ ଜଣ ପର୍ଯ୍ୟଟକ ସେଠାରେ ଫସିରହିଥିଲେ । ଖବର ପାଇଁ ସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରବଳ ବରଫପାତ ଓ ଅମ୍ଳଜାନ ଅଭାବ ଯୋଗୁଁ କେତେକ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ପ୍ରାୟ ୫୭୦ ଜଣ ପର୍ଯ୍ୟଟକଙ୍କୁ ସେନା କ୍ୟାମ୍ପରେ ରଖି ଚିକିତ୍ସା କରାଯାଇଥିଲା ।

ସମ୍ବନ୍ଧିତ ଖବର