ଦୁଇଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଲେ ମହିଳା: ଡ଼ାକ୍ତର ଚକିତ

ସୋଲାପୁର : ମା’ ର ଗର୍ଭ ହେଉଛି ଏକ କୁମ୍ଭାରଶାଳା । ଏଠାରେ କେଉଁ ଶିଶୁର ଗଠନ କିପରି ହେବା ତାହା କହିବା ଅସମ୍ଭବ । ଗତ ଗୁରୁବାର ଦିନ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳର ସିଭିଲ ଡ଼ାକ୍ତରଖାନା ଠାରେ ଜଣେ ମହିଳା ଦୁଇଟି ମୁଣ୍ଡ ଥିବା ଜଣେ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟିର ସ୍ୱସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରୀାଯାଉଛି।

punjabkesari

ସୂଚନା ଅନୁଯାୟୀ ,ମହାରାଷ୍ଟ୍ରର ବିଡ଼ିଘରକୁଲ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଗୁରୁବାର ଦିନ ସିଭିଲ ଡ଼ାକ୍ତରଖାନାରେ ଏକ ଦୁଇ ମୁଣ୍ଡ ବିଶିଷ୍ଠ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଗର୍ଭବତୀ ଥିବା ସମୟରେ ଡ଼ାକ୍ତରୀ ପରୀକ୍ଷାରେ ମହିଳାଙ୍କ ଗର୍ଭରେ ଦୁଇ ମୁଣ୍ଡଥିବା ଶିଶୁ ରହିଥାଇ ପରେ ବୋଲି ଡ଼ାକ୍ତର ସୂଚନା ପ୍ରଦାନ କରିଥିଲେ ।

punjabkesari

ବୁଧବାର ଦିନ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁବାର ଦିନ ଅସ୍ତ୍ରପ୍ରଚାର ଦ୍ୱାରା ତାଙ୍କର ପ୍ରସବ କରାଯାଇଥିଲା । ଜନ୍ମ ହୋଇଥିବା ଶିଶୁଟିର ଦୁଇଟି ମୁଣ୍ଡ, ଦୁଇ ହାତ,ଦୁଇ ଗୋଡ଼, ଦୁଇ ନିଶ୍ୱାସ ନଳୀ , ଗୋଟିଏ ଲିଭର ରହିଛି। ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କୁ ଆଇସିୟୁ ରଖାଯିବା ସହ ସାଲାଇନ , ଅକ୍ସିଜେନ ଏବଂ ଔଷଧ ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର