ସାମାଜିକ କର୍ମୀଙ୍କୁ ଗିରଫ ମାମଲା: ମହାରାଷ୍ଟ୍ର ପୁଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ୫ ସାମାଜିକ କର୍ମୀଙ୍କ ଗିରଫ ପ୍ରସଙ୍ଗକୁ ନେଇ ବମ୍ବେ ହାଇକୋର୍ଟ  ମହାରାଷ୍ଟ୍ର ପୁଲିସକୁ ଭର୍ତ୍ସନା କରିଛନ୍ତି। ଭୀମା କୋରେଗାଓଁ ହିଂସା ମାମଲାରେ ମହାରାଷ୍ଟ୍ର ପୁଲିସ୍‌ ରଖିଥିବା ପ୍ରମାଣକୁ ଭଲ ଭାବେ ବର୍ଣ୍ଣନା ପାଇଁ ସାମ୍ବାଦିକ ସମ୍ମିଳନୀ କରିଥିଲା। ଏଥିରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ପୁଲିସ କିଭଳି ସାମ୍ବାଦିକ ସମ୍ମିଳନୀ କଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ନିକଟରେ ସାମାଜିକ କର୍ମୀ ବର୍‌ବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେରେଇରା, ଗୌତମ ନବଲଖା ଏବଂ ଭେର୍ନୋନ୍‌ ଜନସାଲଭେସ୍‌ଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର