ଜମ୍ମୁ ଓ କଶ୍ମୀର: ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ ଯୋଗୁଁ ଜଣେ ଯବାନ ସହିଦ, ୩ ଆହତ

ଜମ୍ମୁ: ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

ପାକିସ୍ତାନୀ ସେନାମାନେ ରାଜୌରି ଜିଲ୍ଲାର ସୁନ୍ଦରବନି ସେକ୍ଟର୍‌ ଠାରେ ଛୋଟ ଅସ୍ତ୍ରଶସ୍ତ୍ର ଫୁଟାଇବା ସହ ମୋର୍ଟାର୍‌ ଫିଙ୍ଗି ଥିଲେ।

ସେନା ସୂତ୍ରରୁ ପ୍ରକାଶ: ଆଜି ସକାଳେ ଅଖନୂର ଅନ୍ତର୍ଗତ କେରି ବତ୍ତଲ ଅଞ୍ଚଳରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ପୂର୍ବରୁ ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ ଦେବେନ୍ଦର ଆନନ୍ଦ କହିଥିଲେ ଯେ ଭୋର୍‌ ପ୍ରାୟ ୫: ୩୦ରେ ପାକିସ୍ତାନ ନିୟନ୍ତ୍ରଣ ରେଖାର ସୁନ୍ଦରବନି ସେକ୍ଟର୍‌ ଅଞ୍ଚଳରେ ମୋର୍ଟାର ଫିଙ୍ଗିବା ସହ ଛୋଟ ଅସ୍ତ୍ର ଫୁଟାଇ ଅଘୋଷିତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ଭାରତୀୟ ସେନା ଠିକଣା ଯବାବ ଦେଇଛି ଓ ସକାଳ ୭: ୧୫ ବେଳକୁ ଗୁଳି ବିନିମୟ ବନ୍ଦ ହୋଇ ଥିଲା।

ସମ୍ବନ୍ଧିତ ଖବର