୪୫ ଏଚଆଇଭି ପିଲାଙ୍କ ବାପା ହୋଇ ଉଦାହରଣ ସୃଷ୍ଟି କଲେ ସୋଲୋମନ ରାଜ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ରହୁଥିବା ସୋଲୋମନ ରାଜ ୪୫ ଜଣ ଏଚଆଇଭି ପିଲାଙ୍କୁ ଆପଣେଇଛନ୍ତି | ଏଭଳି କରି ସୋଲୋମନ ପ୍ରମାଣିତ କରିଦେଇଛନ୍ତି ଯେ ଏବେ ବି ଦୁନିଆରେ ଭଲ ହୃଦୟ ଥିବା ଲୋକ ଅଛନ୍ତି | ଯେଉଁ ପିଲାମାନଙ୍କୁ ସେ ସାହାଯ୍ୟର ହାତ ବଢ଼ାଇଛନ୍ତି ସେହି ପିଲାମାନଙ୍କୁ ତାଙ୍କ ପରିବାର ଲୋକ ଛାଡିଦେଇଥିଲେ | ଏହି ପିଲାମନେ ସୋଲୋମନଙ୍କ ପାଖେ ରହୁଥିବାବେଳେ ତାଙ୍କୁ ପାପା ବୋଲି ଡାକିଥାନ୍ତି |

PHOTO_ani

ସୋଲୋମନ କୁହନ୍ତି ଯେ ଭଲ କାମ ତାଙ୍କୁ ସନ୍ତୁଷ୍ଟି ଦେଇଥାଏ ଆଉ ଯେତେବେଳେ ପିଲାମାନେ ପାପା କହି ଡାକନ୍ତି ବହୁତ ଖୁସି ଲାଗେ | ଚେନ୍ନାଇରେ ଗୋଟିଏ ସେଲଟର ହୋମ ଟ୍ରଷ୍ଟ କରିଛନ୍ତି ସୋଲୋମନ ସେମାନଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ,ନୃତ୍ୟ ଓ କମ୍ପ୍ୟୁଟର ଶିକ୍ଷା ଦିଆଯାଇଥାଏ ସୋଲୋମନଙ୍କ କହିବା କଥା ଏମାନଙ୍କୁ ଏଚଆଇଭି ହେବା ପଛରେ ଏମାନଙ୍କର ଦୋଷ ନାହିଁ |

ଅନ୍ୟର ଭୁଲ ଯୋଗୁଁ ଏମାନଙ୍କୁ ଦୋଷୀ କାହିଁକି କୁହାଯିବ | ସୋଲୋମନଙ୍କ କହିଛନ୍ତି ଯେ ଏହି ପିଲାମାନଙ୍କ ପାଇଁ କିଛି ଅଧିକ ଖର୍ଚ୍ଚ ହେଉଥିବାରୁ ବେଳେବେଳେ ଆର୍ଟିକ ଅନାଟନ ଦେଖାଯାଉଛି | ତେବେ ଏଠାରେ ରହୁଥିବା ପିଲାମାନଙ୍କର ଆତ୍ମବିଶ୍ୱାସ ବହୁତ ଅଧିକ ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଏହି ପିଲାମାନେ ଲକ୍ଷ୍ୟ ରଖିଛନ୍ତି |

ସମ୍ବନ୍ଧିତ ଖବର