ସୁସ୍ଥ ହୋଇ ଫେରିଲେ ଆଚାର୍ଯ୍ୟ ବାଳକୃଷ୍ଣ, ପତଞ୍ଜଳିରୁ ମାସକୁ ନିଅନ୍ତି ଏତିକି ଦରମା

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଓ ପତଞ୍ଜଳିର ପ୍ରବନ୍ଧ ସଞ୍ଚାଳକ ଆଚାର୍ଯ୍ୟ ବାଳକୃଷ୍ଣ ଋଷିକେଶସ୍ଥିତ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ସୁସ୍ଥ ହୋଇ ପତଞ୍ଜଳି ଯୋଗପୀଠକୁ ଫେରିଛନ୍ତି । ଟୁଇଟ୍‌ କରି ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି କି, ହସ୍ପିଟାଲର ଯାତ୍ରା ଶେଷ କରି ଏବେ ପତଞ୍ଜଳି ଆସି ଯାଇଛି । ଆପଣମାନଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି । ତେବେ ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳିର ସହ-ସଞ୍ଚାଳକ ଥିବା ବେଳେ ସେ ମାସକୁ କେତେ ଦରମା ନିଅନ୍ତି, ଆପଣ ଜାଣନ୍ତି କି?

लोगों ने उठाए सवाल तो रामदेव ने दिया जवाब
oneindia.com

ସୂଚନା ମୁତାବକ, ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳି ଯୋଗପୀଠ ହରିଦ୍ୱାରରେ ପତଞ୍ଜଳି ଆର୍ୟୁବେଦ ଲିମିଟେଡ୍‌ର ପ୍ରବନ୍ଧ ସଞ୍ଚାଳକ ଭାବେ କାମ କରୁଥିଲେ ମଧ୍ୟ ମାସକୁ ସେ ଦରମା ଆକାରରେ କିଛି ଟଙ୍କା ନିଅନ୍ତି ନାହିଁ । ତେବେ ପତଞ୍ଜଳି ଗ୍ରୁପ୍‌ରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କର ୯୮.୬ପ୍ରତିଶତ ସେୟାର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର