ନୂଆଦିଲ୍ଲୀ : ସଂପର୍କରେ ସନ୍ଦେହ ଆସିଲେ ସ୍ୱାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକା ପରସ୍ପର ବିଷୟରେ ତଦନ୍ତ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଏହି କାମରେ ନିଜ ପିଲାଙ୍କୁ ଲଗାଇବା କଥାଟା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଦିଲ୍ଲୀର ଗାଜିଆବାଦ୍ରେ ଏହି ଭଳି କିଛି ଘଟଣା ଘଟିଛି । ନିଜ ସ୍ତ୍ରୀ ବିଷୟରେ ସନ୍ଧାନ କରିବାକୁ ଯାଇ ଜଣେ ବାପା ତାର ୧୦ବର୍ଷର ପୁଅକୁ ଲଗାଇଥିବା ଜଣାପଡ଼ିଛି । ଏହା ସହ ବାପାଙ୍କ ଆଦେଶ ମାନି ଫେସ୍ବୁକ୍ରେ ନକଲି ପ୍ରୋଫାଇଲ କରି ନିଜ ମା’ଙ୍କ ବିଷୟରେ ସମସ୍ତ ସୂଚନା ଦେବା ଆରମ୍ଭ କରିଥିଲା ୧୦ ବର୍ଷର ପୁଅ ।
/sambad/media/post_attachments/wp-content/uploads/2018/06/x28-1501229414-1-jpg-pagespeed-ic-qah1-bx2yu-30-1501377405-300x225.jpg)
ସୂଚନା ମୁତାବକ, ଦମ୍ପତିଙ୍କ ମଧ୍ୟରେ କିଛି ଦିନ ହେଲା ଝଗଡ଼ା ହୋଇ ଆସୁଥିବା ବେଳେ ସମାଧାନ ପାଇଁ ପୁଲିସ ଆଗରେ ପହଞ୍ଚିଥିଲେ ପରିବାର ଲୋକେ । ପୁଲିସ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାଧାନ କରିବାକୁ ଯାଇ ଦମ୍ପତିଙ୍କ ପୁଅ-ଝିଅଠାରୁ ପ୍ରକୃତ ଘଟଣା ଜାଣିବା ପାଇଁ ଚାହିଁଥିଲେ । ଦମ୍ପତିଙ୍କ ୧୦ବର୍ଷର ପୁଅକୁ ଏ ନେଇ ପଚରାଯିବା ପରେ ମୋ ମା’ ବାପା ଏବଂ ଜେଜେ ମା’ଙ୍କୁ ନିର୍ଯାତନା ଦେଉଥିଲେ । ମା’ ଫେସ୍ବୁକ୍ରେ କାହା ସହ କଥା ହେଉଛନ୍ତି? କ’ଣ କଥା ହେଉଛନ୍ତି ସେ ବିଷୟରେ ଜାଣିବା ପାଇଁ ବାପା ମୋତେ ଫେସ୍ବୁକ୍ରେ ଆକାଉଣ୍ଟ କରିବା ପାଇଁ କହିଥିଲେ । ଏଥି ପାଇଁ ମୁଁ ଜେଜେ ମା’ଙ୍କ ଫୋନ ନେଇ ନକଲି ପ୍ରୋଫାଇଲ୍ କରି ମା’ଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲି । ଏହା ପରେ ମା’ଙ୍କ ବିଷୟରେ ସବୁ ତଥ୍ୟ ମୁଁ ବାପାଙ୍କୁ ଦେବା ଆରମ୍ଭ କରିଥିଲି ସେ ବୋଲି ପୁଲିସ ଆଗରେ ଜଣାଇଥିଲେ । ଏ ଖୁଲାସା ପରେ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।