ଜୟପୁର: ଜନ୍ମକଲା ମା-ବାପାଙ୍କୁ ହତ୍ୟା କରି ଫେରାର ହେବା ବେଳେ ଦୁର୍ଘଟଣାରେ ହତ୍ୟାକାରୀ ପୁଅର ମୃତ୍ୟୁ ହୋଇଛି | ରାଜସ୍ଥାନରର ନଗୋର ଜିଲ୍ଲାର ଭାଦନା ଗ୍ରାମ ନିକଟରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି | ପୁଲିସର କହିବା ମୁତାବକ ରାସ୍ତା ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଥିଲା | ଘଟଣାସ୍ଥଳକୁ ଆସି ପୁଲିସ ଯାଞ୍ଚ କରିବାରୁ ଏହି ବ୍ୟକ୍ତିଙ୍କ ନାମ ହନୁମାନ ରାମ ବୋଲି ଜଣାପଡିଥିଲା | ଏହା ପରେ ପୁଲିସକୁ ସୂଚନା ମିଳିଥିଲା ଯେ ହନୁମାନ ରାମ ନିଜ ଜନ୍ମକଲା ବାପା-ମାଙ୍କୁ ହତ୍ୟା କରି ଫେରାର ହେବାକୁ ଉଦ୍ୟମ କରୁଥିଲା |
/sambad/media/post_attachments/wp-content/uploads/2019/11/Murder_Graphic_2-750x430.jpg)
ହନୁମାନ ରାମ ଭାଦନା ଗ୍ରାମରେ ନିଜ ବାପା ରିଘାରାମ ଓ ମା ପତାଶିଦେବୀଙ୍କୁ ହତ୍ୟା କରିବା ପରେ ଧରା ପଡିଯିବା ଭୟରେ ବାଇକରେ ଫେରାର ହୋଇଯାଉଥିଲା | କୁରାଢ଼ୀରେ ନିଜ ବାପା ମାଙ୍କୁ ହତ୍ୟା କରିବା ପରେ ଦ୍ରୁତ ଗତିରେ ଫେରାର ହୋଇଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ଦୁର୍ଘଟଣାର ଶିକାର ହୋଇଯାଇଥିଲା |
ପୁଲିସ ଉଭୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ହତ୍ୟାକାରୀ ପୁଅ ଓ ହତ୍ୟାର ଶିକାର ହୋଇଥିବା ବାପା-ମାଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଛେଦ କରାଇଛି | ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନ ଥିବାବେଳେ ପୁଲିସ ଏବେ ଘଟଣାର ତଦନ୍ତ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/accident_dead_1582794716_618x347.jpeg)