୭୧ ବର୍ଷରେ ପଦାର୍ପଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ଦିନ ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ମା’ଙ୍କ ନିକଟରେ ରହିବାକୁ ରାହୁଳ ତାଙ୍କ ବ୍ୟସ୍ତବହୁଳ ଗୁଜୁରାଟ ନିର୍ବାଚନ ପ୍ରଚାର ଅଭିଯାନରୁ ସମୟ କାଢ଼ିଛନ୍ତି।

କଂଗ୍ରେସ ନେତାମାନେ ଟୁଇଟର୍‌ ଯୋଗେ ଦଳର ବିଦାୟୀ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଲଗାତାର ୧୯ ବର୍ଷ ହେବ ସୋନିଆ କଂଗ୍ରେସର ଅଧ୍ୟକ୍ଷା ପଦରେ ରହିଛନ୍ତି। କିନ୍ତୁ, ଗତ ଦୁଇ ବର୍ଷ ହେବ ସୋନିଆ ନେପଥ୍ୟରେ ରହୁଛନ୍ତି। ଦଳର ପରିଚାଳନା କରୁଛନ୍ତି ୪୭ ବର୍ଷିୟ ରାହୁଳ।

ଏ ବର୍ଷ ସୋନିଆ ଦଳୀୟ ନିର୍ବାଚନ ପ୍ରଚାରରୁ ମଧ୍ୟ ଦୂରରେ ରହିଛନ୍ତି। ରାହୁଳ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ସୋନିଆ ଏକ ଭିନ୍ନ ଭୂମିକାରେ ଦଳର ପଥପ୍ରଦର୍ଶୀକା ହେବେ।

ସମ୍ବନ୍ଧିତ ଖବର