ଦିଲ୍ଲୀ ହିଂସାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡକୁ ନେଇ ମୃତ୍ୟୁ ସଂଖ୍ୟା ବଢ଼ିଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି | କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସୋନିଆ କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଯେଭଳି ଅବସ୍ଥା ଲାଗିରହିଛି ତାହା ଚିନ୍ତାଜନକ | ଯେଉଁ ଭଳି ଷଡଯନ୍ତ୍ର ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି ଏଥିପାଇଁ ବିଜେପି ନେତାଙ୍କ ଉତ୍ତେଜିତ ଭାଷଣ ହିଁ ଦାୟୀ |

ଦିଲ୍ଲୀ ନିର୍ବାଚନ ସମୟରେ ବିଜେପି ନେତାଙ୍କ ଉତ୍ତେଜିତ ଭାଷଣ ଲୋକଙ୍କ ମଧ୍ୟରେ ହିଂସା ଓ ଅସହିଷ୍ଣୁ ଭାବନା ବ୍ୟାପିବାରେ ସହାୟକ ହୋଇଥିଲା | ଦିଲ୍ଲୀର ସ୍ଥିତି ପାଇଁ କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରୀ ଅମିତ ଶାହା ହିଁ ଦାୟୀ | ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ଶାହା ଇସ୍ତଫା ଦେବା କଥା ବୋଲି ସୋନିଆ କହିଛନ୍ତି |


ସେହିଭଳି ହିଂସା ହେଉଥିବା ସ୍ଥାନରେ କେତେ ପୁଲିସ ଫୋର୍ସ ଥିଲେ ବୋଲି ପ୍ରଶ୍ନ କରିବା ସହ ସ୍ଥିତି ଅସମ୍ଭାଳ ପରେ କାହିଁକି ସେନା ମୃତୟନ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଗୃହ ମନ୍ତ୍ରୀ କଣ କରୁଥିଲେ ବୋଲି ସୋନିଆ ତୀବ୍ର ସମାଲୋଚନା କରିଛନ୍ତି |

ସମ୍ବନ୍ଧିତ ଖବର