ସୋନିଆ ଏବଂ ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ଦେବ ସପା-ବସପା ମେଣ୍ଟ !

ଲକ୍ଷ୍ନୌ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ବହୁଜନ ସମାଜପାର୍ଟି ମେଣ୍ଟ ମଧ୍ୟରେ ଟଣାଓଟରା ଅଧିକ ତୀବ୍ର ରୂପେ ନେଇଛି। ସପା-ବସପା ମେଣ୍ଟ ଉତ୍ତର ପ୍ରଦେଶରେ ରାୟ ବରେଲି ଓ ଆମେଠି ନିର୍ବାଚନ ମଣ୍ଡଳୀରେ ଲୋକସଭା ପ୍ରାର୍ଥୀ ଦେଇ ନଥିଲା। କିନ୍ତୁ ଗତକାଲି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷା ମାୟାବତୀଙ୍କ ଭିତରେ ସାକ୍ଷାତ ଆଲୋଚନା ହେବାପରେ କୁହାଯାଉଛି ଯେ ଉକ୍ତ ଦୁଇ ଆସନରେ ମଧ୍ୟ ମେଣ୍ଟ ପ୍ରାର୍ଥୀ ଦେଇପାରେ।

ଏଠାରେ ସୂଚନାଯୋଗ୍ୟ ଯେ ଆମେଠିରୁ ରାହୁଲ ଗାନ୍ଧୀ ଓ ରାୟ ବରେଲିରୁ ସୋନିଆ ଗାନ୍ଧୀ ନିର୍ବାଚନ ଲଢିବେ। ଏ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସପା-ବସପା ମେଣ୍ଟ ପ୍ରାର୍ଥୀ ଦେଲେ ତାହା କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଲୋକସଭା ନିର୍ବାଚନର ଉଭୟ ସପା-ବସପା ପକ୍ଷରୁ ମିଳିତ ଭାବେ ସାଧାରଣ  ନିର୍ବାଚନୀ ସଭା କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର