ମୋଦୀ ସରକାର ଭୟ ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଏବେ ଦେଶରେ ଭୟ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ। ରାଜୀବ ଗାନ୍ଧୀଙ୍କୁ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରି‌ଷ୍ଠତା ମିଳିଥିଲା, କିନ୍ତୁ ସେ ଏହାକୁ ଭୟ ସୃଷ୍ଟି କରିବାକୁ ବ୍ୟବହାର କରିନଥିଲେ ବୋଲି ସୋନିଆ ଆଜି ରାଜୀବଙ୍କ ସ୍ମୃତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। ଦେଶର ବିକାଶ ପାଇଁ ରାଜୀବ ବିଜ୍ଞାନକୁ ବ୍ୟବହାର କରିଥିଲେ ଏବଂ ସବୁ କ୍ଷେତ୍ରରେ ବିକାଶକୁ ତ୍ବରାନ୍ବିତ କରିଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର