ସୋନିଆଙ୍କ ଘନିଷ୍ଠ ସହଯୋଗୀ ଟମ୍‌ ଭଡ଼କାନ୍‌ ବିଜେପିରେ

ନୂଆଦିଲ୍ଲୀ : କେରଳର ବରିଷ୍ଠ କଂଗ୍ରେସ ନେତା ଟମ୍‌ ଭଡ଼କାନ୍‌ ଆଜି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହ‌‌‌ଯୋଗୀ ତଥା ନେହରୁ-ଗାନ୍ଧୀ ପରିବାରର ବିଶ୍ବସ୍ତ ଭଡ଼କାନ୍‌ ବିଜେପିରେ ଯୋଗ ଦେବା ଘଟଣା କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ପୁଲୱାମା ଆକ୍ରମଣ ପରେ କଂଗ୍ରେସ ଯେପରି ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ବାୟୁସେନାର ବିମାନ ଆକ୍ରମଣ ପରେ କଂଗ୍ରେସ ସେନାକୁ ସନ୍ଦେହ କରି ଯେଭଳି ପ୍ରମାଣ ମାଗିଥିଲା ତାହା ତାଙ୍କୁ ଖୁବ୍‌ କଷ୍ଟ ଦେଇଛି ବୋଲି ଭଡ଼କାନ୍‌ କହିଛନ୍ତି। ଦଳ ବଂଶବାଦ ରାଜନୀତିରେ ଅନ୍ଧ ହୋଇ ଯାଇଛି ଏବଂ ନେତାମାନେ ଦେଶସ୍ବାର୍ଥକୁ ଛାଡ଼ି କେବଳ ପରିବାର ପାଇଁ କାମ କରୁଛନ୍ତି ବୋଲି ଭଡ଼କାନ କହିଛନ୍ତି। ଆଗକୁ ଆହୁରି ଅନେକ ନେତା ବିଜେପି‌‌ର ଯୋଗଦେବେ ବୋଲି କେରଳ ବିଜେପି ସଭାପତି ପି ଏସ୍‌ ଶ୍ରୀଧନର କହିଛନ୍ତ।

ସମ୍ବନ୍ଧିତ ଖବର