ଶ୍ରୀନଗର : ଦକ୍ଷିଣ କଶ୍ମୀର ସୋପିଆନ୍ ଜିଲ୍ଲାର ନାଦିଗ୍ରାମ୍ରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳିକାଣ୍ଡ ପରେ ସ୍ଥାନୀୟ ଜନତା ହିଂସା ସୃଷ୍ଟି କରିବାରୁ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।