ସୋପିଆନ ଗୁଳିକାଣ୍ଡ : କଶ୍ମୀର ଅଚଳ

ନୂଆଦିଲ୍ଲୀ : ଗତକାଲି ଜମ୍ମୁ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷାବାହିନୀ ଗୁଳିରେ ୫ ଆତଙ୍କବାଦୀ ନିହତ ହେବା ସହ ୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ କଶ୍ମୀର ଅଶାନ୍ତ ହୋଇପଡ଼ିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଆଜି କଶ୍ମୀରରେ ବନ୍ଦ ପାଳନ ଯୋଗୁଁ ସବୁକିଛି ଅଚଳ ହୋଇଯାଇଛି। ବିଚ୍ଛିନତାବାଦୀ ନେତାମାନେ ଆଜି ଆାନ୍ଦୋଳନ ଡାକରା ଦେଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସହରର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର