ସୋପିଆନ ଗୁଳିକାଣ୍ଡ : ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ତଦନ୍ତ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଅରିଲ୍ଲୀ : ଗତ ଜାନୁଆରୀ ମାସ ସୋପିଆନ ଗୁଳିକାଣ୍ଡରେ ୩ ସାଧାରଣ ଜୀବନ ହାନୀ ହେବା ଘଟଣାରେ ଚାଲିଥିବା ତଦନ୍ତ ପ୍ରକ୍ରୀୟା ଉପରେ ଆଜି ସୁପ୍ରିମକୋର୍ଟ ରୋକ୍‌ ଲଗାଇଦେଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ମାମଲାର ତଦନ୍ତ ହୋଇପାରିବନି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି ଉଲ୍ଲେଖଯୋଗ୍ୟ ସେନା ଗୁଳିକାଣ୍ଡରେ ଗତ ଜାନୁଆରୀ ମାସରେ ସୋପିଆନ୍‌ ଜିଲ୍ଲାରେ ୩ ସାଧାରଣ ଜୀବନ ଯାଇଥିଲା। ଏନେଇ ଜମ୍ମୁ କଶ୍ମୀର ପୁଲିସ ଦ୍ୱାରା ସେନା ବିରୋଧରେ ବିଶେଷ କରି ଜଣେ ନିର୍ଦ୍ଦିଷ୍ଟ ସେନାଧିକାରୀ ୧୦ ଗରିଲା ରାଇଫଲ୍‌ର ମେଜର ଆଦିତ୍ୟ କୁମାରଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ତେବେ ଜେକେ ପୁଲିସଦ୍ୱାରା ରୁଜୁ ହୋଇଥିବା ଏତଲାରେ ମେଜର ଆଦିତ୍ୟ କୁମାରଙ୍କ ନାଁ ନାହିଁ ବୋଲି ଆଜି ଜମ୍ମୁ କଶ୍ମୀର ସରକାର କୋର୍ଟଙ୍କୁ ଅବଗତ କରାଇବାପରେ କୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ତଦନ୍ତ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ଗତ ଦୁଇ ସପ୍ତାହପୂର୍ବେ ଏହି ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାର ଏବଂ କେନ୍ଦ୍ରଠାରୁ ଜବାବ ମାଗିଥିଲେ। ମେଜର ଆଦିତ୍ୟ କୁମାରଙ୍କ ବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ କର୍ମବୀର ସିଂହଙ୍କ ଆବେଦନର ଶୁଣାଣି ସମୟରେ ଆଜି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିଜ ପୁଅ ବିରୋଧରେ ରୁଜୁ ହୋଇଥିବା ଏତଲା ରଦ୍ଦ କରିବପାଇଁ ଶ୍ରୀ ସିଂହ ସୁପ୍ରିମକୋର୍ଟରେ ଆଦେବନ କରିଥିଲେ। ସିଂହ ତାଙ୍କ ଆବେଦନରରେ ଦର୍ଶାଇଥିଲେ ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସହଯୋଗ କରୁଥିବା ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ଲାଗି ତାଙ୍କ ପୁଅ ଗୁଳିଚଳାଇଥିଲେ କିନ୍ତୁ ଏନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ତାଙ୍କ ମୌଳିକ ଅଧିକାରର ଭଙ୍ଗ କରୁଛି।

ସମ୍ବନ୍ଧିତ ଖବର