ସୋପୁର ଏନ୍‌କାଉଣ୍ଟର, ୨ ଜୈସ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲାର ସୋପୁର ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଜଣ ଜେଇଏମ (ଜୈସ୍ ଏ ମହମ୍ମଦ୍‌) ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପୁର୍‌ର ବାର୍‌ପୋରା‌ରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବାପରେ ସୁରକ୍ଷାବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରିଯାଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହି ଦୁଇ ଆତଙ୍କବାଦୀ ଦକ୍ଷିଣ କଶ୍ମୀରରେ ବଡ଼ ଆକ୍ରମଣ ଯୋଜନାରେ ଥିଲେ ବୋଲି ଡିଆଇଜି ଅତୁଲ କୁମାର ଗୋଏଲ କହିଛନ୍ତି। ଅନ୍ୟପକ୍ଷରେ ଏନ୍‌କାଉଣ୍ଟରକୁ ବିରୋଧ କରି ସ୍ଥାନୀୟ ଯୁବକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ।

ସମ୍ବନ୍ଧିତ ଖବର