ବିସିସିଆଇ ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲୀ

ମୁମ୍ବାଇ: ବୁଧବାର ଦିନ ମୁମ୍ବାଇ ଠାରେ ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ସୌରଭ ଗାଙ୍ଗୁଲି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ମଧ୍ୟ ‘ବିସିସିଆଇ’ର ନୂତନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ଧୁମାଲ ‘ବିସିସିଆଇ’ର ନୂତନ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି।

ଏହି ପଦବୀ ନିମନ୍ତେ କୌଣସି ପ୍ରତିଦ୍ୱନ୍ଦିତା ହୋଇ ନ ଥିବାରୁ ନିର୍ବାଚନ କରାଯାଇ ନ ଥିଲା।

ସମ୍ବନ୍ଧିତ ଖବର