ଗଣତନ୍ତ୍ର ଦିବସ ଅତିଥି ‌‌ହେବେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରିରେ ହେବାକୁ ଥିବା ଭାରତର ଗଣତନ୍ତ୍ର ଦିବସ ଉତ୍ସବ ପାଇଁ ମୁଖ୍ୟ ଅତିଥି ହେବେ ଦକ୍ଷିଣ ଆଫ୍ରିକା‌ ରାଷ୍ଟ୍ରପତି ସାଇରିଲ୍‌ ରାମାଫୋସା। ଆର୍ଜେଣ୍ଟିନାରେ ଚାଲିଥିବା ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମାଫୋସାଙ୍କୁ ଗଣତନ୍ତ୍ର ଦିବସରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ସେ ମୋଦୀଙ୍କ ନିମନ୍ତ୍ରଣକୁ ଗ୍ରହଣ କରିନେଇଥିବା ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର