୨୫ ସପ୍ତାହ ଗର୍ଭବତୀ ରହିବା ପରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଭାରତରେ ଏହା ପ୍ରଥମ

ନୂଆଦିଲ୍ଲୀ : ସାଧାରଣତଃଭାବେ ଶିଶୁଟି ମା’ ପେଟରେ ୧୦ମାସ ୧୦ଦିନ ରହିବା ପରେ ଜନ୍ମଗ୍ରହଣ କରିଥାଏ । ଏହି ସମୟ ମଧ୍ୟରେ ମା’ର ଗର୍ଭରେ ତା’ ଶରୀରର ସଂପୂର୍ଣ୍ଣ ବିକାଶ ହୋଇଥାଏ । କିନ୍ତୁ ଛତିଶଗଡ଼ରେ ରହୁଥିବା ନୀତିକା ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ଛୋଟ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣା ପଡ଼ିଛି । ମାତ୍ର ୨୫ ସପ୍ତାହର ଗର୍ଭଧାରଣ ପରେ ନୀତିକା ନିଜ ଶିଶୁକନ୍ୟାକୁ ଜନ୍ମ ଦେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ଶୀଘ୍ର ପ୍ରସବ କରାଯିବ ବୋଲି ନୀତିକା କେବେ ଭାବି ନଥିବା ବେଳେ ଏ ସବୁ ଜିନିଷ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Pixabay

ନୀତିକାଙ୍କ କହିବା ଅନୁଯାୟୀ, ପେଟରେ ଯନ୍ତ୍ରଣା ହେବାରୁ ଆମେ ଛତିଶଗଡ଼ରୁ ହାଇଦ୍ରାବାଦ୍‌ ଆସିଥିଲୁ । ସେତେବେଳେ ମୋତେ ଜଣା ନଥିଲା କି ମୁଁ ଏତେ ଶୀଘ୍ର ଏକ ଶିଶୁକୁ ଜନ୍ମ ଦେବି । କିନ୍ତୁ ସବୁ ପରୀକ୍ଷା ପରେ ଡ଼ାକ୍ତର ଶିଶୁର ଚାରିପାଖରେ ତରଳ ପଦାର୍ଥ ଖୁବ୍‌ କମ ଥିବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବେର ହେଉ ନଥିବାରୁ ଆମକୁ ସଙ୍ଗେ ସଙ୍ଗେ ପ୍ରସବ କରାଇବାକୁ ପଡ଼ିବ ବୋଲି କହିଥିଲେ । ପ୍ରଥମେ ମୋତେ ଡ଼ର ଲାଗିଥିବା ବେଳେ ପରେ ମୁଁ ନିଜର ଆତ୍ମବିଶ୍ୱାସ ବଢ଼ାଇବା ସହ ମୋ ପିଲା ସୁସ୍ଥ ହୋଇ ଜନ୍ମ ହେବ ବୋଲି ଆଶା କରିଥିଲି । ପ୍ରସବ ପରେ ମୋ ଶିଶୁ କନ୍ୟାର ଓଜନ ୩୭୫ଗ୍ରାମ ରହିଥିଲା । ପ୍ରଥମେ ମୁଁ ଭାଙ୍ଗି ପଡ଼ିଥିବା ବେଳେ ଡ଼ାକ୍ତର ମୋତେ ସାହାସ ଦେବା ସହ ମୋ ଝିଅକୁ ୪ମାସ ପର୍ଯ୍ୟନ୍ତ  ଡ଼ାକ୍ତରଖାନାରେ ରଖା ଯାଇଥିଲା । ଏବେ ତାର ଓଜନ ୨.୫କିଲୋଗ୍ରାମ ହେବା ପରେ ତାକୁ ହସ୍ପିଟାଲରୁ ଡ଼ିସ୍‌ଚାର୍ଜ କରାଯାଇଛି ।

ସମ୍ବନ୍ଧିତ ଖବର