କରୋନା ସହ ଲଢେଇ ପାଇଁ ରିଲିଫ ଫଣ୍ଡକୁ କୋଟି କୋଟି ଟଙ୍କା ଦେଲେ ଦକ୍ଷିଣୀ ଅଭିନେତା

ହାଇଦ୍ରାବାଦ: ଫିଲ୍ମରେ ସେମାନେ ଅଭିନୟ କରନ୍ତି, ଦର୍ଶକଙ୍କ ପ୍ରଶଂସା ସାଉଁଟନ୍ତି | ଆଉ ଯେତେବେଳେ ଦର୍ଶକଙ୍କ ପାଇଁ ଫିଲ୍ମ ହିଟ ହୁଏ, ସେତେବେଳେ କେମିତି ଭୁଲିବେ ଦର୍ଶକ ଓ ଦେଶର ଅବଦାନ | ଠିକ ସେଥିପାଇଁ ସାଉଥ ସୁପରଷ୍ଟାରମାନେ କରୋନା ଲଢେଇରେ ନିଜକୁ ସାମିଲ କରି ଉଭୟ ପ୍ରଧାନମନ୍ତ୍ରୀ ଓ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି କୋଟି କୋଟି ଟଙ୍କା |

ଏହି କ୍ରମରେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ କରୋନା ସହ ଲଢ଼ିବା ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି। ପୱନ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୧ କୋଟି ଏବଂ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି | ସେହିପରି ଦକ୍ଷିଣୀ ଅଭିନେତା ରାମ ଚରଣ ମଧ୍ୟ ୭୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସାଉଥ ସ୍ପାଇଡର ମହେଶ ବାବୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ୧ କୋଟି ଟଙ୍କା ଲେଖାଏଁ ଦେଇଛନ୍ତି | ଚିରଞ୍ଜିବୀ ୧ କୋଟି ଓ ନିତିନ ୨୦ ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଛନ୍ତି | ସେହିପରି ହାସ୍ୟ ଅଭିନେତା କପିଲ ଶର୍ମା ଏହି ଯୁଦ୍ଧରେ ନିଜର ସାହାଯ୍ୟର  ହାତ ବଢ଼ାଇ ୫୦ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏଥିସହିତ ହ୍ରିତିକ ରୋଶନ ମଧ୍ୟ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସମ୍ବନ୍ଧିତ ଖବର