କୋରିଆ ଉପଦ୍ୱୀପରେ ପୁଣି ଉତ୍ତେଜନା

ଦକ୍ଷିଣ କୋରିଆରେ ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ

ସିଓଲ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌୍‌ଙ୍କ ମଧ୍ୟରେ ଆସନ୍ତା ଜୁନ୍‌ ୧୨ ତାରିଖରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଶିଖର ସମ୍ମିଳନୀ ବୈଠକ ବାତିଲ ହେବାପରେ କୋରିଆ ଉପଦ୍ୱୀପରେ ପୁଣି ଉତ୍ତେଜନାକକକକସୃଷ୍ଟି ହୋଇଛି। ଆଜି ଟ୍ରମ୍ପ୍‌ଙ୍କ ନିଷ୍ପତ୍ତି ବିରୋଧରେ ଦୁଇ କୋରିଆରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଟ୍ରମ୍ପ୍‌ଙ୍କ ଏଭଳି ନିଷ୍ପତ୍ତି କୋରିଆ ଉପଦ୍ୱପକୁ ବାରୁଦ ଗଦାରେ ବସାଇବ ଏବଂ ସମଗ୍ର ବିଶ୍ୱ ଏହାର କୁପରିଣାମ ଭୋଗିବ ବୋଲି କୁହାଯାଇଛି। ଦକ୍ଷିଣ କୋରିଆର ବିଭିନ୍ନ ସ୍ଥାନରେ ଆଜି ଟ୍ରମ୍ପ୍‌ ବିରୋଧୀ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ ବେପରୁଆ ଏବଂ ଏକାଚାଟିଆ ନିଷ୍ପତ୍ତି ନେଇ ଦକ୍ଷିଣ କୋରିଆ ନାଗରିକଙ୍କୁ ଠକିଛନ୍ତି ବୋଲି ବିଭିନ୍ନ ସାମାଜିକ ସଂଗଠନ ମତପ୍ରକାଶ କରିଛନ୍ତି। ଆଜି ଅନେକ ସଂଖ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ସାମାଜିକ କର୍ମୀ ଟ୍ରମ୍ପ୍‌ଙ୍କ ବିରୋଧରେ ସିଓଲ୍‌ରେ ର‍୍ୟାଲି କରିଛନ୍ତି। ଆମେରିକାର ଦାବି ମୁତାବକ ଉତ୍ତର କୋରିଆ ପରମାଣୁ ନିରସ୍ତ୍ରୀକରଣ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପୁଙ୍ଗେରି ସ୍ଥିତ ପରମାଣୁ ପରୀକ୍ଷଣ କେନ୍ଦ୍ରକୁ ଉତ୍ତର କୋରିଆ ଧ୍ୱଂସ କରିଦେଇଛି। କିମ୍‌ ମଧ୍ୟ ପୂର୍ବରୁ ନିଜ ଦେଶରେ ବନ୍ଦୀ ଥିବା ୩ ଆମେରିକୀୟ କଏଦୀଙ୍କୁ ମୁକ୍ତ କରିଛନ୍ତି। କିନ୍ତୁ ଏତେସବୁ ପରେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶେଷରେ ନିଜ ନିଷ୍ପତ୍ତି ବଦଳାଇ ଦୁଇ କୋରିଆ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରୟାସକୁ ନଷ୍ଟ କରୁଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆ କିନ୍ତୁ ଯେ କୌଣସି ସମୟରେ ଆମେରିକା ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିବାରୁ ଟ୍ରମ୍ପ୍‌ ତୁରନ୍ତ ତାଙ୍କ ନିଷ୍ପତ୍ତି ବଦଳାଇବା ଉଚିତ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଟ୍ରମ୍ପ୍‌ ଆଦୌ ନୋବେଲ ଶାନ୍ତି ପୁରସ୍କାର ପାଇବା ଉଚିତ୍‌ ନୁହେଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଛାତ୍ରଛାତ୍ରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର