ଦାକ୍ଷିଣାତ୍ୟ ରେଳବାଇ ପ୍ରଚଳନ କଲା ତାମିଲି ଓ ତେଲୁଗୁ ଭାଷାର ଟିକିଟ୍‌

ଚେନ୍ନାଇ: ଇଂରାଜୀ ଓ ହିନ୍ଦୀ ପଢ଼ି ପାରୁ ନ ଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ଦାକ୍ଷିଣାତ୍ୟ ରେଳବାଇ ପରୀକ୍ଷାମୂଳକ ଭାବେ ତାମିଲନାଡୁର ପାଞ୍ଚଟି ଷ୍ଟେସନ୍‌ରେ ତାମିଲ ଭାଷାରେ ଟ୍ରେନ୍‌ ଡିଟେଲ୍‌ ଉଲ୍ଲେଖ ଥିବା ଟିକିଟ୍‌ ପ୍ରଚଳନ କରିଛି। ଅର୍ଥାତ୍‌ ଇଂରାଜୀ ଏବଂ ହିନ୍ଦୀ ସହ ଏଥିରେ ତାମିଲ୍‌ ଭାଷା ମଧ୍ୟ ସ୍ଥାନ ପାଇଛି।

ତାମିଲ୍‌ ଭାଷାରେ ଛାପା ଯାଇଥିବା ଟିକିଟ୍‌ ସବୁ ଯାତ୍ରୀମାନେ ଚେନ୍ନାଇ ସେଣ୍ଟ୍ରାଲ୍‌, ଇଗ୍‌ମୋର୍‌, ସାଲେମ୍‌, ମଦୁରାଇ ଏବଂ ତିରୁଚିରାପ୍ପଲ୍ଲୀରୁ ଖରିଦ କରି ପାରିବେ।

କେରଳର କେତେକ ଷ୍ଟେସନ୍‌ରେ ମଧ୍ୟ ମାଲାୟାଲମ୍‌ ଭାଷାରେ ଟିକିଟ୍‌ ମୁଦ୍ରଣ କରାଯାଉଛି। ତିରୁବନନ୍ତପୁରମ୍‌, ଏର୍ଣ୍ଣାକୁଲ୍‌ମ୍‌, କୋଝିକୋଡ଼ ଏବଂ ପଲକ୍କଡ଼ ଷ୍ଟେସନ୍‌ରେ ମାଲାୟାଲମ୍‌, ହିନ୍ଦୀ ଓ ଇଂରାଜୀ ଥିବା ଟିକିଟ୍‌ ବିକ୍ରୟ କରାଯାଉଛି।

ଯେଉଁ ଯାତ୍ରୀମାନେ ହିନ୍ଦୀ ବା ଇଂରାଜୀ ପଢ଼ିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି କି, ପଢ଼ି ଜାଣନ୍ତି ନାହିଁ, ସେମାନଙ୍କ ସୁବିଧା ପାଇଁ ଏ ଭଳି ପଦକ୍ଷେପ ନିଆଯାଇଛି।

ଗତ ବର୍ଷ କର୍ଣ୍ଣାଟକରେ ଏହା ପ୍ରଚଳନ କରାଯାଇଥିଲା। ଟିକିଟ୍‌ରେ ହିନ୍ଦୀ, ଇଂରାଜୀ ଏବଂ କନ୍ନଡ଼ ଭାଷା ଥିବାରୁ ଯାତ୍ରୀମାନଙ୍କର ସୁବିଧା ହୋଇଥିଲା।

ତାମିଲନାଡୁ ବିଧାୟକ ଡି ଜୟକୁମାର କହନ୍ତି: ଏହା ଗୋଟାଏ ଉତ୍ତମ ପଦକ୍ଷେପ। ଆମେ ଏହାକୁ ସ୍ୱାଗତ କରୁଛୁ ଏବଂ ଆଶା କରୁଛୁ ତାମିଲ କେବଳ ରାଜ୍ୟରେ ନୁହେଁ ସାରା ଭାରତକୁ ବ୍ୟାପିବ।

ସମ୍ବନ୍ଧିତ ଖବର