ଧରାପଡ଼ିଲେ ପୁଲିସକୁ ଭୁଆଁବୁଲାଇବାକୁ ବରବେଶ ସାଜିଥିବା ଏସ୍ପି ନେତା ଫିରୋଜ ଖାଁ
ରାମପୁର: ଉତ୍ତର ପ୍ରଦେଶ ଅନ୍ତର୍ଗତ ରାମପୁରରେ ନିଷିଦ୍ଧାଦେଶ ଜାରି ହେବା ପରେ ପୁଲିସକୁ ଭୁଆଁବୁଲାଇବା ସେଠାକୁ ଯିବାଲାଗି ଶନିବାର ଦିନ ସମ୍ଭାଲ୍ ଜଲ୍ଲାର ସମାଜବାଦୀ ପାର୍ଟି ମୁଖ୍ୟ ଫିରୋଜ୍ ଖାଁ ବରବେଶ ସାଜିଥିଲେ। ସେଠାରେ ସେ ଦଳର ବରିଷ୍ଠ ନେତା ଆଜାମ ଖାଁକୁ ଭେଟିଥାଆନ୍ତେ। କିନ୍ତୁ ବାଟରେ ପୁଲିସ ତାଙ୍କୁ ଧରି ପକାଇଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିନିମନ୍ତେ ସାମ୍ନା କାଚରେ ବିବାହ ଷ୍ଟିକର୍ ଲଗାଯାଇଥିବା ଗୋଟାଏ ପୁଷ୍ପବିମଣ୍ଡିତ କାର୍ରେ ସେହ୍ରା ପିନ୍ଧି ବସିଥିଲେ ଫିରୋଜ ଖାଁ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସ୍ପି ମୁଖ୍ୟ ଅଖିଳେଶ ଯାଦବ ରାମପୁର ଯାଇ ଆଜମ୍ ଖାଁଙ୍କୁ ଭେଟିବା ପୂର୍ବରୁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିବା ସହ ୧୪୪ ଧାରା ଜାରି କରିଥିଲା। ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ଏସ୍ପି କର୍ମୀମାନଙ୍କୁ ମଧ୍ୟ ସରକାରୀ କର୍ତ୍ତୃପକ୍ଷମାନେ ରାମପୁର ଛାଡୁ ନ ଥିଲେ।
ଏଇ କାରଣରୁ ଦଳର ସମ୍ଭାଲ୍ ଜିଲ୍ଲା ଅଧ୍ୟକ୍ଷଙ୍କ ମୁଣ୍ଡକୁ ବରବେଶ ସାଜିବା କଥା ଆସିଥିଲା। ତାଙ୍କ ସମର୍ଥକମାନେ ବରଯାତ୍ରୀ ହୋଇ ଖାଁକୁ ମୋରଦାବାଦ ଦେଇ ରାମପୁର ନେଉଥିଲେ।
ଜମିଜମା ମାଡ଼ିବସିବା ସଂକ୍ରାନ୍ତରେ ରାମପୁର ଲୋକସଭା ଆସନର ସାଂସଦ ଆଜମ ଖାଁଙ୍କ ନାମରେ ଗୁଡ଼ାଏ ପୁଲିସ କେସ୍ ରହିଛି।
ଆଜମ ଖାଁଙ୍କୁ ଭେଟିବା ଛଡ଼ା ଅଖିଳେଶ ଯାଦବ ସେଠାରେ ତାଙ୍କ ରହଣି କାଳରେ ଆଗାମୀ ଉପନିର୍ବାଚନ ସକାଶେ ଦଳୀୟ କର୍ମକର୍ତ୍ତାଙ୍କ ଦାୟିତ୍ୱ ଭାର ଅଦଳ ବଦଳ କରିଥାଆନ୍ତେ।