ଏହି ଦେଶରେ ସ୍କୁଲରେ ଦିଆଯାଏ ଦେହ ବ୍ୟବସାୟ ଲାଗି ତାଲିମ, ବ୍ୟବସାୟରେ ଅସଫଳ ହେଲେ ଫେରସ୍ତ କରାଯାଏ ଫି !

ନୂଆଦିଲ୍ଲୀ : ଦେହ ବ୍ୟବସାୟକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି ବିବେଚନା କରାଯାଏ । ଏହାକୁ ନେଇ ସମୟ ସମୟରେ ଅନେକ ଆଲୋଚନା କରାଯାଉଥିବା ବେଳେ ଭାରତରେ ଏହା ଅବୈଧ ବୋଲି ଧରାଯାଏ । କିନ୍ତୁ ସ୍ପେନ୍‌ରେ ଏକ ଏମିତି ସ୍କୁଲ ରହିଛି ଯେଉଁଠି ଦେହ ବ୍ୟାପାର କିପରି କରିବାକୁ ହୁଏ ସେ ନେଇ ତାଲିମ୍‌ ଦିଆଯାଇଥାଏ ।

Daily Mail

ସୂଚନା ମୁତାବକ, ବେଲେନିକାରେ ଥିବା ଏକ କମ୍ପାନି ଏହି ସ୍କୁଲକୁ ଆରମ୍ଭ କରିଛି । ଏହି ସ୍କୁଲରେ ଦେହ ବ୍ୟବସାୟ ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ସ୍କୁଲକୁ ସ୍ପେନ୍‌ ସରକାରଙ୍କ ମାନ୍ୟତା ମଧ୍ୟ ମିଳିଛି । ମିଳିଥିବା ସୂଚନା ମୁତାବକ, ଯେଉଁ ପିଲାମାନେ ଟଙ୍କା ନେଇ ନାମ ଲେଖାନ୍ତି ସେମାନଙ୍କୁ ବେଶ୍ୟାବୃତ୍ତିର ଇତିହାସ ବିଷୟରେ ପଢ଼ା ଯାଇଥାଏ । ସେକ୍ସ ଟଏଜ୍‌ ଏବଂ ଯୌନ ସମ୍ବନ୍ଧ ବିଷୟରେ ସମସ୍ତ କଥା ବିଷୟରେ ଜଣା ଯାଇଥାଏ । ବେଶ୍ୟାବୃତ୍ତିକୁ ଆଇନ ହିସାବରେ ଏବଂ ସୁରକ୍ଷିତ କରିବା ପାଇଁ ଏହି ପାଠ ପଢ଼ା ଆରମ୍ଭ କରାଯାଇଥିବା ଜଣା ପଡ଼ିଛି । ଯଦି ଛାତ୍ରୀମାନେ ପାଠ ପଢ଼ି ସାରିବା ପରେ ଏହାକୁ କାମରେ ଲଗାଇ ଠିକ୍‌ ଭାବରେ ଟଙ୍କା ଆୟ କରି ପାରୁ ନାହାନ୍ତି,ତେବେ ସେମାନଙ୍କୁ ସେମାନେ ପାଠ ପଢ଼ିବା ପାଇଁ ଦେଇଥିବା ଟଙ୍କା ଫେରାଇ ଦିଆଯିବାର ବୋଲି କଲେଜ ତରଫରୁ ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର