୧୫୦ଫୁଟ ଉପରୁ ଡେଇଁଲେ ୟୁଟ୍ୟୁବର, ଠିକ୍‌ ସମୟରେ ପାରାଚ୍ୟୁଟ୍‌ ନ ଖୋଲିବାରୁ ହେଲା ମୃତ୍ୟୁ

ନୂଆଦିଲ୍ଲୀ : ୧୫୦ଫୁଟ ଉପରୁ ଡେଇଁ ଜଣେ ୟୁଟ୍ୟୁବରଙ୍କ ମୃତ୍ୟୁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୟୁଟ୍ୟୁବର ରୁବେନ କାର୍ବୋନେଲ ତଳକୁ ଡେଇଁବା ପରେ ଠିକ୍‌ ସମୟରେ ତାଙ୍କର ପାରାଚ୍ୟୁଟ୍‌ ଖୋଲି ନଥିଲା । ଯାହା ଫଳରେ ସେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ବୋଲି ଜଣା ପଡ଼ିଛି । ୨୯ବର୍ଷୀୟ ରୁବେନ୍‌ ତଳକୁ ଖସି ଏକ ସିମେଣ୍ଟ ଫ୍ୟାକ୍ଟ୍ରିର ଚିମ୍‌ନୀ ଉପରେ ଖସି ପଡ଼ିଥିଲେ । ରୁବେନଙ୍କ ପରେ ତଳକୁ ଡ଼େଇଁବାକୁ ଥିବା ତାଙ୍କ ସାଥୀ ଏ ଦୃଶ୍ୟ ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ସେତେବେଳକୁ ରୁବେନଙ୍କ ମୃତ୍ୟୁ ହୋଇ ସାରିଥିଲା ।

oneindia.com

ସୂଚନା ମୁତାବକ, ରୁବେନ ସବୁବେଳେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ପାରାଗ୍ଲାଇଡିଂ ବା ଅନ୍ୟ କୌଣସି ଷ୍ଟଣ୍ଟ କରୁଥିବାର ଭିଡିଓ ସେୟାର କରିଥାନ୍ତି । କିନ୍ତୁ ଦୁର୍ଘଟଣା ଦିନ ଏଭଳି ଘଟିବ ବୋଲି ବୋଧ ହୁଏ ସେ କେବେ ଭାବି ନଥିବେ । ତେବେ ଘଟଣା ପରେ ପୁଲିସ ଏହାର କାରଣ ସନ୍ଧାନ କରିବାରେ ଲାଗି ପଡ଼ିଛି । ପ୍ରକୃତରେ ଏହା ଏକ ଦୁର୍ଘଟଣା ଥିଲା ନା ଏହା ପଛରେ କାହାର ହାତ ଥିଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର