ବାରବୁଲା କୁକୁର, ଗାଈ, ମାଙ୍କଡ଼ଙ୍କ ଦେଖାଶୁଣା ପାଇଁ ବିଶେଷ ବ୍ୟବସ୍ଥା କରାଯିବ: ଯୋଗୀ ଆଦିତ୍ୟନାଥ

ମଥୁରା: ରାଜ୍ୟର ପ୍ରତ୍ୟେକ ନଗର ନିଗମରେ ବାରବୁଲା କୁକୁର, ଗାଈ, ମାଙ୍ଗଡ଼ ଓ ପକ୍ଷୀମାନଙ୍କ ଦେଖାଶୁଣା ପାଇଁ ବିଶେଷ ବ୍ୟବସ୍ଥା କରାଯିବା ନେଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଘୋଷଣା କରିଛନ୍ତି। ପ୍ରଥମେ ଏହି ଯୋଜନା ଲକ୍ଷ୍ମୌ ଓ ପରବର୍ତ୍ତୀ ସମୟରେ ଅନ୍ୟ ନଗରନିଗମଗୁଡ଼ିକରେ ଆରମ୍ଭ କରାଯିବ। କେବଳ ଏତିକି ନୁହେଁ ଏହି ଯୋଜନାର ଶିଳାନ୍ୟାସ କରିବା ପରେ ବ୍ରିଜଭୂମିର ବିକାଶ ତଥା ଅନ୍ୟାନ୍ୟ ଯୋଜନା ପାଇଁ ୩୪୬.୭୪ କୋଟି ଟଙ୍କାର ଖର୍ଚ୍ଚ ହେବାର ଯୋଜନା ରହିଛି। ସେହିପରି ଗାଈମାନଙ୍କୁ ରାସ୍ତା ଉପରେ ଛାଡ଼ିବା ନେଇ ମଧ୍ୟ ଅଙ୍କୁଶ ଲଗାଯିବ।

ଏତଦ୍‌ ବ୍ୟତୀତ ମଥୁରାର ବିକାଶ ପ୍ରସଙ୍ଗରେ କହିବାକୁ ଯାଇ ଯୋଗ୍ୟ ଆତିଥ୍ୟନାଥ କହିଥିଲେ, ବିକାଶ ପାଇଁ ଅର୍ଥର କୌଣସି କମି ନାହିଁ। ଜନ୍ମାଷ୍ଟମୀ ଅବସରରେ ମଥୁରାର ପ୍ରବେଶ ଦ୍ୱାରରେ ବିଶେଷ ପ୍ରକାର ଆଲୋକ ମାଳାରେ ସାଜ୍ଜସଜା କରାଯିବ। ଏହି ବ୍ୟବସ୍ଥା ନିୟମିତ ଭାବେ ଅଯୋଧ୍ୟ, ବାରାଣାସୀ, ଆଲାହାବାଦରେ କରାଯିବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି। ମଥୁରା, ଅଯୋଧ୍ୟା ଓ ଆଲହାବାଦର ବିକାଶ ଉପରେ ଅଧିକ ଧ୍ୟାନ ଦିଆଯିବାର କାରଣ ପ୍ରତିଦିନ ଏଠାରେ ହଜାରହଜାର ତୀର୍ଥଯାତ୍ରୀ ଅସିଥାଆନ୍ତି। ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରାଯିବାର ଲକ୍ଷ୍ୟରେ ଏହି ବିକାଶ କରାଯାଉଛି।

ସମ୍ବନ୍ଧିତ ଖବର