ଜଗା-ବଳିଆଙ୍କ ସ୍ୱତନ୍ତ୍ର ହେଲମେଟ ପାଇଁ ଏମ୍ସର ବରାଦ

ନୂଆଦିଲ୍ଲୀ : ଜଗା-ବଳିଆଙ୍କ ମୁଣ୍ଡରେ ଯେପରି କୌଣସି ସଂକ୍ରମଣ ନହୁଏ କି ଆଘାତ ନ ଲାଗେ ସେଥିପାଇଁ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପ୍ରକାର ହେଲମେଟ ତିଆରି ପାଇଁ ବରାଦ ଦେଇଛନ୍ତି। ଦୁଇ ଶିଶୁଙ୍କ ମୁଣ୍ଡର ଆକାର ଅନୁଯାୟୀ ଏହି ହେଲମେଟ ତିଆରି ହେବ। କେବଳ ଗାଧେଇବା ଓ ସଫାସୁତୁରା ହେବା ବେଳେ ସେମାନଙ୍କ ମୁଣ୍ଡରୁ ହେଲମେଟ କଢାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦୁଇ ଶିଶୁଙ୍କୁ ଡିସଚାର୍ଜ କରାଯିବା ନେଇ ନିଷ୍ପତ୍ତି ହୋଇସାରିଥିବା ବେଳେ ପ୍ରଥମ ସପ୍ତାହରେ ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ ଦଳ ଯାଇ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରଖିବେ। ବର୍ତ୍ତମାନ ମେକାନିକାଲ ଭେଣ୍ଟିଲେଟରରେ ଥିବା ବଳିଆର ନାକ ଓ ବେକରେ ଲାଗିଥିବା ନଳୀକୁ ମାର୍ଚ୍ଚ ପ୍ରଥମ ସପ୍ତାାହ ସୁଦ୍ଧା କାଢି ଦିଆଯିବ। ତେବେ ବଳିଆର ସ୍ୱାସ୍ଥ୍ୟାବସ୍ଥା ଏଯାଏଁ ସ୍ୱଭାବିକ ହୋଇପାରି ନଥିବାରୁ ସେମାନଙ୍କ ଡିସ୍‌ଚାର୍ଜର ଚୂଡ଼ାନ୍ତ ତାରିଖ ଘୋଷଣା ହୋଇପାରି ନାହିଁ।

ସମ୍ବନ୍ଧିତ ଖବର