‘ସ୍ପିଡ୍‌ ବ୍ରେକର୍‌ ଦିଦି’ ବନାମ ‘ଏକ୍ସପାଏରି ବାବୁ’

ମମତା ଥିବାଯାଏ ବିକାଶ ହୋଇପାରିବନି: ମୋଦୀ

0

ସିଲିଗୁଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ପଶ୍ଚିମବଂଗରେ ବିଜେପିର ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି। ସିଲିଗୁଡ଼ିରେ ଅନୁଷ୍ଠିତ ମେଗା‌ ରୢାଲିରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କ୍ଷମତାସୀନ ତୃଣମୂଳ କଂଗ୍ରେସ, ବାମଦଳ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ବିକାଶରେ ସ୍ପିଡ୍‌ ବ୍ରେକର୍‌ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ରାଜନୈତିକ ଫାଇଦା ପାଇଁ ବିକାଶରେ ବାଧା ସୃଷ୍ଟି କରାଯାଉଛି ଏବଂ ଲୋକଙ୍କ ମଧ୍ୟରେ ଅସୂୟା ଭାବନା ସୃଷ୍ଟି କରାଯାଉଛି ବୋଲି ମୋଦୀ କହିଛନ୍ତି। ଲୋକଙ୍କୁ ଗରିବ କରି ରଖିବାକୁ ମମତା ଚାହୁଛନ୍ତି, ତେଣୁ କେନ୍ଦ୍ରୀୟ ଯୋଜନାର ସୁଫଳରୁ ଲୋକଙ୍କୁ ବଞ୍ଚିତ କରାଯାଉଛି । ଗରିବଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ପ୍ରତି ବର୍ଷ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। କିନ୍ତୁ ସ୍ପିଡ୍‌ ବ୍ରେକର୍‌ ଦିଦି ପଶ୍ଚିମବଂଗରେ ଏହି ଯୋଜନାକୁ ଅଟକାଇ ଗରିବଙ୍କୁ ଏହାର ଲାଭ ନେବାରୁ ବଞ୍ଚିତ କରିଛନ୍ତି ବୋଲି ମୋଦୀ କହିଛନ୍ତି।
ମମତା ଦିଦି ରାଜ୍ୟର ୭୦ ଲକ୍ଷରୁ ଅଧିକ କୃଷକ ପରିବାରଙ୍କ ବିକାଶରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି। ଦେଶବ୍ୟାପୀ କିଷାନ୍‌ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ କେନ୍ଦ୍ର ସରକାର ଅର୍ଥ ଦେଉଥିବା ବେଳେ ଦିଦି ଏହି ଯୋଜନାରେ ମଧ୍ୟ ବ୍ରେକ୍‌ ଲଗାଇଛନ୍ତି ବୋଲି ମୋଦୀ କହିଛନ୍ତି। ଦେଶରେ କଂଗ୍ରେସ ଦଳ ଗଣତନ୍ତ୍ରକୁ ବିପନ୍ନ କରିଛି ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସର ପାରିବାରିକ ଶାସନକୁ ବାଦଦେଲେ ଦେଶରେ ମାତ୍ର ୧୫-୧୬ ବର୍ଷ ଅନ୍ୟ ଦଳର ସରକାର ରହିଛି। କଂଗ୍ରେସ ଦେଶର ନିରାପତ୍ତା ସହ ଏବେ ଖେଳୁଛି ଏବଂ ଦେଶକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.