ଦିଲ୍ଲୀରୁ ଛାଡ଼ିଥିଲା ସ୍ପାଇସ୍‌ଜେଟ ବିମାନ, ପାଟଣା ନଯାଇ ବାରଣାସୀରେ କଲା ଅବତରଣ

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ର ଏକ ବିମାନ ଦିଲ୍ଲୀରୁ ପାଟଣା ବାହାରିଥିବା ବେଳେ ଅଚାନକ ଉତ୍ତରପ୍ରଦେଶର ବାରଣାସୀରେ ଅବତରଣ କରିବାରୁ ଏଥିରେ ବସିଥିବା ଯାତ୍ରୀମାନେ ଅଯଥାରେ ହଇରାଣ ହୋଇଛନ୍ତି। ଫଳରେ ଯାତ୍ରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାରଣାସୀ ବିମାନବନ୍ଦରରେ ବସିବାକୁ ପଡ଼ିଛି। କୁହାଯାଉଛି ଯେ, ପାଟଣାରେ ବିପରୀତ ପାଣିପାଗ ଯୋଗୁଁ ଏମିତି ହୋଇଛି। କିନ୍ତୁ ବାରଣାସୀରେ ଅଚାନକ ବିମାନ ଅବତରଣ ନେଇ ଯାତ୍ରୀମାନେ କମ୍ପାନି ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ କିଛି ଯାତ୍ରୀ ଟୁଇଟ କରିଛନ୍ତି।

ଜଣେ ଯାତ୍ରୀ ଟୁଇଟରରେ ଲେଖିଛନ୍ତି, ସ୍ପାଇସ୍‌ଜେଟ୍‌ ଯାତ୍ରୀଙ୍କ ସହିତ ଭଲ ବ୍ୟବହାର କରିଛି। ଦିଲ୍ଲୀରୁ ପାଟଣା ପାଇଁ ବାହାରି ଥିବା ବିମାନରେ ଛୋଟ ପିଲା ଓ ବରିଷ୍ଠ ନାଗରିକ ଥିଲେ। ସେମାନଙ୍କୁ ଖାଇବାକୁ ଦିଆଯାଇ ନାହିଁ। ପାଟଣା ନେବା ଜାଗାରେ ବନାରସରେ ଓହ୍ଲାଇ ଦିଆଯାଇଛି। ଯାତ୍ରୀ ଜଣକ ଟୁଇଟ୍‌କୁ ପିଏମ୍‌ଓ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ବେସାମରିକ ବିମାନ ଚଳାଳଚ ମନ୍ତ୍ରାଳୟକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

ଅଭିଯୋଗ ମିଳିବା ପରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସ୍ନିହା ଟୁଇଟ କରି ସ୍ପାଇସଜେଟକୁ ଏବାବଦରେ ସ୍ପଷ୍ଟିକରଣ ମାଗିଛନ୍ତି। ଜୟନ୍ତ ସ୍ନିହାଙ୍କ ଟୁଇଟରେ ସ୍ପାଇସ୍‌ଜେଟ୍‌ ଜବାବ ଦେଇଛି। ସ୍ପାଇସଜେଟ କହିଛି, ବିମାନ ୮୪୮୧ ପାଟଣାରେ ପାଗ ଖରାପ ଥିବାରୁ ବାତିଲ କରି ଦିଆଯାଇଥିଲା। ଆମେ ଯାତ୍ରୀଙ୍କ ସହିତ ସମ୍ପର୍କରେ ଅଛୁ ଓ ଅନ୍ୟ ବିମାନ ବ୍ୟବସ୍ଥା କରୁଛୁ ବୋଲି ସେ ଜବାବ ଦେଇଛନ୍ତି।

ସ୍ପାଇସ୍‌ଜେଟ୍‌ କର୍ତ୍ତୃପକ୍ଷଙ୍କ ଦାବି ଯେ, ପାଟଣାରେ ଖରାପ ପାଗ ଯୋଗୁଁ ବାରଣାସୀରେ ରାତି ୧୦ଟା ୩୦ରେ ବିମାନକୁ ଆକସ୍ମିକ ଭାବେ ଅବତରଣ କରାଯାଇଥିଲା। କାରଣ ବିମାନ ଚାଳକଙ୍କ ଡ୍ୟୁଟି ସମୟ ଶେଷ ହେବାକୁ ଯାଉଥିଲା। ଏହି କାରଣରୁ ବିମାନକୁ ପୁଣି ଦିଲ୍ଲୀ ଅଣାଯାଇଥିଲା। ଏହି ସମୟରେ କିଛି ଯାତ୍ରୀ ହଙ୍ଗାମା କରିଥିଲେ। ପାଖାପାଖି ୨୦ଜଣ ଯାତ୍ରୀ ବିମାନରେ ବସିବାକୁ ମନା କରିଦେଇଥିଲେ। ସ୍ପାଇସଜେଟ ବହୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା ଓ ଯାତ୍ରୀମାନଙ୍କୁ ପାଟଣାରେ ପହଞ୍ଚାଇ ପାରିନଥିଲା।

ସମ୍ବନ୍ଧିତ ଖବର