ବାରାଣାସୀରେ ଇଣ୍ଡିଗୋ ଓ ସ୍ପାଇସ୍‌ଜେଟ୍‌ ବିମାନ ପରସ୍ପର ସହ ମୁହାଁମୁହିଁ ଧକ୍କାରୁ ଅଳ୍ପକରେ ବର୍ତ୍ତିଲେ; ୧୭୮ ଯାତ୍ରୀ ସୁରକ୍ଷିତ

ବାରାଣାସୀ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବାରାଣାସୀ ବିମାନ ବନ୍ଦରରେ ଆଜି (ବୁଧବାର) ମଧ୍ୟାହ୍ନରେ ଦୁଇଟି ଯାତ୍ରୀବାହୀ ବିମାନ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ଏକ ବଡ଼ ଧରଣରର ବିପର୍ଯ୍ୟୟ ଘଟିବା ପୂର୍ବରୁ ଅଳ୍ପକରେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଦୁଇଟି ବିମାନ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ମଧ୍ୟାହ୍ନ ୧୨ଟା ବେଳେ ବାରାଣାସୀ ବିମାନ ବନ୍ଦରରୁ ଇଣ୍ଡିଗୋର ଏକ ଯାତ୍ରୀବାହୀ ବିମାନ ୧୭୮ ଜଣ ଯାତ୍ରୀଙ୍କୁ ଧରି ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହୋଇ ରହିଥିଲା। ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଠାରୁ ନିର୍ଦ୍ଦେଶ ପାଇବା ପରେ ଇଣ୍ଡିଗୋ ବିମାନଟି ଉଡ଼ାଣ ଭରିବା ଉଦ୍ଦେଶ୍ୟରେ ରନ୍‌େଓ୍ଵ ଉପରେ ଖୁବ୍‌ ଦ୍ରୁତ ଗତିରେ ନିଜର ଯାତ୍ରା ଆରମ୍ଭ କରି ଦେଇଥିଲା। ତେବେ, ଇଣ୍ଡିଗୋ ବିମାନଟି ରନ୍‌େଓ୍ଵ ଉପରେ ଦ୍ରୁତ ଗତିରେ ଯାତ୍ରା କରୁଥିବା ବେଳେ ସେହି ରନ୍‌େଓ୍ଵ ଉପରେ ସ୍ପାଇସ୍‌ଜେଟ୍‌ର ଅନ୍ୟ ଏକ ବିମାନ ଗୋଟିଏ ପଟରୁ ଅନ୍ୟ ପଟକୁ ଯାଉଥିବା ଏଟିସି କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଦୁଇଟି ବିମାନ ମଧ୍ୟରେ ବ୍ୟବଧାନ ଖୁବ୍‌ କମ୍‌ ରହିଥିବା ବେଳେ ଏଟିସି କର୍ତ୍ତୃପକ୍ଷ ଇଣ୍ଡିଗୋ ବିମାନ ପାଇଲଟ୍‌ଙ୍କୁ ଜରୁରିକଳୀନ ଭିତ୍ତିରେ ତାଙ୍କ ବିମାନଟିକୁ ରନ୍‌େଓ୍ଵ ଉପରେ ଅଟକାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଟିସି କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ପାଇବା ମାତ୍ରେ ଇଣ୍ଡିଗୋ ବିମାନ ପାଇଲଟ୍‌ ଜରୁରିକାଳୀନ ବ୍ରେକ୍‌ ପ୍ରୟୋଗ କରି ବିମାନଟିକୁ ରନ୍‌େଓ୍ଵ ଉପରେ ଅଟକାଇ ଦେଇଥିଲେ। ଯାହା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଟାଳି ଦିଆଯାଇ ପାରିଥିଲା। ଏହି ଘଟଣାପରେ ସ୍ପାଇସ୍‌ଜେଟ୍‌ ବିମାନର ଦୁଇଜଣ ପାଇଲଟଙ୍କୁ ନିଲମ୍ବନ କରାଯିବା ସହ ଘଟଣା ସଂପର୍କରେ ବେସାମରିକ ବିମାନ ଚଳଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର