ଶିଖ୍‌ ଛଦ୍ମବେଶ ପକାଇ ପଞ୍ଜାବରେ ଲୁଚିଛି ଆତଙ୍କବାଦୀ ଜାକିର ମୁସା

ଚଣ୍ଡିଗଡ଼: କଶ୍ମୀରସ୍ଥିତ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନ ସେଲ୍‌ର ନେତା ଜାକିର ମୁସା ପଞ୍ଜାବର ବଥିଣ୍ଡା କିଂବା ଫିରୋଜପୁର ନିକଟରେ ଛପି ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି।

ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ, ସିଆଇଡି ଏବଂ ଆର୍ମି ଇଣ୍ଟେଲିଜେନ୍‌ସ୍‌ ଜାରି କରିଥିବା ଏହି ସୂଚନାରେ ମୁସା ଜଣେ ଶିଖ୍‌ ବ୍ୟକ୍ତିଙ୍କ ପରି ଛଦ୍ମରୂପ ଧାରଣ କରିଛି।

ସେ ଛଦ୍ମବେଶ ପକାଇଥିବା ଫଟୋ ମଧ୍ୟ ରିଲିଜ୍‌ ହୋଇଛି। ଉଭୟ ବଥିଣ୍ଡା ଏବଂ ଫିରୋଜପୁରରେ ଏବେ ହାଇ ଆଲର୍ଟ ଜାରି ହୋଇଛି।

ନିକଟରେ ଜାକିର ମୁସା ଅମୃତସରରେ ଦେଖା ଦେଇଥିଲା। ସମ୍ପ୍ରତି ଅନ୍‌ସାର ଘଜଓ୍ଵାତ-ଉଲ୍‌-ହିନ୍ଦ୍‌ର (ଅଲ୍‌-କାଏଦା ସେଲ୍‌) ମୁଖ୍ୟ ହୋଇଥିବା ମୁସା ତାଙ୍କର ଛାତ୍ର ଜୀବନ ପଞ୍ଜାବରେ କଟାଇ ଥିଲେ।

୨୦୧୦ରେ ସେ ମୋହାଲିସ୍ଥିତ ଏକ ଘରୋଇ ଇଞ୍ଜିନିୟରିଙ୍ଗ୍‌ କଲେଜକୁ ଅଧ୍ୟୟନ କରିବାକୁ ଯାଇ ଥିଲେ, କିନ୍ତୁ ପରୀକ୍ଷାରେ ଫେଲ୍‌ ହୋଇ ୨୦୧୩ରେ ସେଠାରୁ ଫେରି ଆସି ଥିଲେ।

ପଞ୍ଜାବରେ ତା’ର ଭଲ ନେଟ୍‌ଓ୍ଵାର୍କ ଅଛି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର