ୟୁପି: ବିଷାକ୍ତ ମଦ ନେଲା ୧୬ ଜୀବନ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୧୬ ଜଣ ବ୍ୟକ୍ତି ବିଷାକ୍ତ ମଦ୍ୟପାନ କରି ମୁତ୍ୟୁବରଣ କରିବା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସାହରଣପୁର ଓ ଖୁସିନଗର ଜିଲ୍ଲାରେ। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାନ୍ତବର୍ତ୍ତୀ ଗ୍ରାମ ବାଲୁପୁର ଗ୍ରାମରେୁ ପ୍ରସ୍ତତ ଏହି ବିଷାକ୍ତ ମଦକୁ ପିଇବା ପରେ ଏହି ସମସ୍ତ ବ୍ୟକ୍ତ୍‍ି ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣାର ସବିଶେଷ ବିବରଣୀ ହସ୍ତଗତ ହୋଇ ନଥିଲେ ମଧ୍ୟ ଏହି ବିଷାକ୍ତ ମଦ୍ୟପାନ କରି ଅନ୍ୟ ବହୁ ବ୍ୟକ୍ତି ଗୁରୁତର ହେବା ସହ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ, ଏହି ଗୁରୁତରମାନଙ୍କ ସଂଖ୍ୟା କେତେ ତାହାର ସଠିକ୍‌ ତଥ୍ୟ ମିଳିପାରି ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତ ଗୁରୁତରଙ୍କୁ ସମସ୍ତ ପ୍ରକାରର ଆବଶ୍ୟକୀୟ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି। ଏହି ଘଟଣା ପରେ ଏବେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଥିବା ଚୋରା ମଦ ବେପାରୀମାନଙ୍କ ଉପରେବ୍ୟାପକ ଚଢ଼ାଉ କରାଯାଇଛି।

ସମ୍ବନ୍ଧିତ ଖବର