ଶ୍ରୀଲଙ୍କାରୁ ଉଠିଲା ଜରୁରିକାଳୀନ ପରିସ୍ଥିତି

କଲୋମ୍ବ: ଗତ ମାର୍ଚ ୬ ତାରିଖରୁ ଉପୁଜିଥିବା ବୈଦ୍ଧ-ମୁସ୍‌ଲାମନ ହିଂସା ହେତୁ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରିକାଳୀନ ପରିସ୍ଥିତିକୁ ରାଷ୍ଟ୍ରପତି ମୈତି୍ରପାଲା ସିରିସେନା ହଟାଇ ଦେଇଛନ୍ତି। ସେ ଟୁଇଟର୍‌ରେ କହିଛନ୍ତି କି ‘ଲୋକଙ୍କର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ମୁଁ ଶନିବାର ରାତିରେ ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛି।’

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାରେ ବୁଦ୍ଧ ଏବଂ ମୁସ୍‌ଲାମାନ ସଂପ୍ରଦାୟ ମଧ୍ୟରେ ହିଂସା ପରିସ୍ଥିତି ଉପୁଜିବା ପରେ ରାଷ୍ଟ୍ରପତି ମୈତ୍ରିପାଲା ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗାଇଥିଲେ। ଏପରି କରିବା ଦ୍ୱାରା ହିଂସା ଅନ୍ୟ ଗର୍ବକୁ ସହଜରେ ବ୍ୟାପି ପାରିବ ନାହିଁ ବୋଲି ଚିନ୍ତା କରି ରାଷ୍ଟ୍ରପତି ଏପରି ନିଷ୍ପତ୍ତି ନେଇଥିଲେ। ଏହି ଜରୁରିକାଳୀନ ପରିସ୍ଥିତି ୧୦ ଦିନ ପାଇଁ ଲଗାଯାଇଥିଲା। ମାତ୍ର ପରିସ୍ଥିତି ଅଣାୟତ ହେବାରୁ ତାହାକୁ ଘୁଞ୍ଚାଇ ୧୩ ଦିନ କରାଯାଇଥିଲା। ଶେଷରେ ରାଷ୍ଟ୍ରପତି ଦେଶରୁ ଜରୁରିକାଳୀନ ପରିସ୍ଥିତି ଉଠାଇ ଦେଇଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ମୁତାବକ, ନିକଟରେ ମୁସଲମାନ ଏବଂ ବୌଦ୍ଧ ସଂପ୍ରଦାୟ ମଧ୍ୟରେ ଉପୁଜିଥିବା ଏହି ଦଙ୍ଗାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହତି ୨୦ ରୁ ଊର୍ଧ୍ୱ ମସ୍‌ଜିଦ୍‌କୁ ଦଙ୍ଗାକାରୀମାନେ ଭାଙ୍ଗି ଦେଇଥିଲେ। ଏଠାରେ ଜଣାଇ ଦେଉଛୁ କି ଶ୍ରୀଲଙ୍କାର ବୌଦ୍ଧ ଏବଂ ମୁସ୍‌ଲମାାନ ସଂପ୍ରଦାୟ ମଧ୍ୟରେ ଗତ ବର୍ଷରୁ ହିଁ ମତଭେଦ ସୃଷ୍ଟି ହୋଇଥିଲା। କିଛି ବୌଦ୍ଧ ଧର୍ମାବିଲାମ୍ବୀ ଅଭିଯୋଗ ଆଣିଥିଲେ ଯେ ମୁସ୍‌ଲିମ୍‌ମାନେ ଜବର୍‌ଦସ୍ତ ତାଙ୍କ ଧର୍ମକୁ ଅନ୍ୟ ଧର୍ମର ଲୋକଙ୍କୁ ଧର୍ମାନ୍ତୀକରଣ କରାଉଛନ୍ତି।

ସମ୍ବନ୍ଧିତ ଖବର